Advertisment

ଅଶାନ୍ତ ରାଜଧାନୀ; ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ୮ ଗିରଫ

ଖଣ୍ଡାରେ ଯୁବକଙ୍କୁ ହାଣିବା ଘଟଣାର ପୂରା କାହାଣୀ କହିଲେ ପୁଲିସ ଏସିପି।

author-image
Manoj Swain

ରାଜଧାନୀରେ ୨ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ଘଟଣାରେ ୮ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ଅଭିଯୁକ୍ତଙ୍କୁ ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୁଲିସ ରେଡ କରୁଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଥାନାରେ ବିଭିନ୍ନ ମାମଲା ରହିଛି। ଗତକାଲି ଭୁବନେଶ୍ୱର ଏୟାରପୋର୍ଟ ଛକରେ ଶିବା ତାଙ୍କର ଆଉ ଜଣେ ବନ୍ଧୁ ରାସ୍ତାରେ ଯାଉଥିବା ବେଳେ ହଠାତ ୨୦ରୁ ୩୦ ଜଣ ଯୁବକ ହାତରେ ମାରାଣାସ୍ତ୍ର ଧରି ସେମାନଙ୍କୁ ଅଟକାଇଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ଉଭୟଙ୍କୁ ଆକ୍ରମଣ କରିଥିଲେ। 

Advertisment
Crime Bhubaneswar Odisha