Advertisment

କୁକୁର ପାଇଁ ମହାଭାରତ; ଲିଫ୍ଟରେ ହାତାହାତି ହେଲେ ମହିଳା ଓ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର

ଘଟଣା ଏତେ ଉଗ୍ର ରୂପ ଧାରଣ କଲା ଯେ, ଉଭୟ ପକ୍ଷ ହାତାହାତି ହେବାକୁ ପଛାଇଲେ ନାହିଁ। ଉଭୟ ପକ୍ଷ ପରସ୍ପରକୁ ଚାପୁଡ଼ା ମରାମରି ହେଉଥିବା ବେଳେ ଏହାର ଭିଡିଓ ସିସିଟିଭିରେ କଏଦ ହୋଇ ଯାଇଛି।

author-image
Niharika Rout
Fight

Fight

ଲିଫ୍ଟରେ କୁକୁର ନେବାକୁ ନେଇ ପୁଣି ଥରେ ରାଜଧାନୀ ଦିଲ୍ଲୀରେ ଘଟିଛି ମହାଭାରତ । ଏହି ଘଟଣାକୁ ନେଇ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କ ସହ ଏକ ଦମ୍ପତି ମୁହାଁମୁହିଁ ହୋଇଛନ୍ତି। ଘଟଣା ଏତେ ଉଗ୍ର ରୂପ ଧାରଣ କଲା ଯେ, ଉଭୟ ପକ୍ଷ ହାତାହାତି ହେବାକୁ ପଛାଇଲେ ନାହିଁ। ଉଭୟ ପକ୍ଷ ପରସ୍ପରକୁ ଚାପୁଡ଼ା ମରାମରି ହେଉଥିବା ବେଳେ ଏହାର ଭିଡିଓ ସିସିଟିଭିରେ କଏଦ ହୋଇ ଯାଇଛି। ପୁଲିସ୍‌ ପହଞ୍ଚି ଘଟଣାର ସମାଧାନ କରିଥିବା ଜଣାଯାଇଛି।

Advertisment

ମହିଳାଜଣକ ଲିଫ୍ଟରେ ନିଜ କୁକୁର ସହ ଯିବାକୁ ଛିଡ଼ା ହୋଇଥିଲେ। ଉକ୍ତ ସମୟରେ ଲିଫ୍ଟରେ ଯିବାକୁ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଓ ତାଙ୍କ ପତ୍ନୀ ବି ଛିଡ଼ା ହୋଇଥିଲେ। ସେମାନେ କୁକୁର ନେଇ ଲିଫ୍ଟରେ ଯିବାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ଆରମ୍ଭ ହେଲା।

ମହିଳାଜଣକ ଆଇଏଏସ୍‌ ଅଫିସରଙ୍କୁ ଗାଳିଗୁଲଜ କରୁଥିବା ବେଳେ ତାହାର ଭିଡିଓ କରିବାକୁ ଅବସରପ୍ରାପ୍ତ ଅଧିକାରୀଜଣକ ନିଜ ମୋବାଇଲ ବାହାର କଲେ। ଏହା ଦେଖି ମହିଳାଜଣକ ଉତ୍‌କ୍ଷିପ୍ତ ହୋଇ ଫୋନ୍‌ ଛଡ଼ାଇ ନେଲେ। ଏହାପରେ ଘଟଣା ଉଗ୍ରରୂପ ନେବାରୁ ଅଧିକାରୀଜଣକ ମହିଳାଙ୍କ ଗାଲକୁ ଏକ ଚାପୁଡ଼ା କଷି ଦେଇଥିଲେ।

Advertisment

ପାଟି ଶୁଣି ଆଖପାଖ ଲୋକେ ଚାଲି ଆସିଥିଲା। ପରେ ମହିଳାଙ୍କ ସ୍ୱାମୀ ପହଞ୍ଚି ଅବସରପ୍ରାପ୍ତ ଅଧିକାରୀଙ୍କୁ ଚାପୁଡ଼ା ମାରିବାକୁ ପଛାଇ ନ ଥିଲେ। ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚି ଘଟଣାର ସମାଧାନ କରିଥିଲା।

ଏନେଇ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇ ଯାଇଥିବା ବେଳେ କେହି ଥାନାରେ ଅଭିଯୋଗ କରି ନ ଥିବା ଜଣାଯାଇଛି।

Delhi