Advertisment

ଫସି ଯିବେ କି ଗୋବିନ୍ଦା, ଜେରା କରିବ EOW

ସୋଲାର ଟେକ୍ନୋଲଜି ଆଲିଆନ୍ସ(STA) ନାମକ କମ୍ପାନୀ ଲୋକଙ୍କଠାରୁ ହଜାରେ କୋଟି ଠକିଥିବା ଅଭିଯୋଗ ହୋଇଛି। ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଗୋବିନ୍ଦା ହୋଇଥିବା ବେଳେ ପୁଞ୍ଜି ନିବେଶ ପାଇଁ ସେ ଲୋକଙ୍କୁ ଉସକାଇଥିବା ଅଭିଯୋଗ ହୋଇଛି।

Govinda

Govinda

Advertisment

ବଲିଉଡ ଷ୍ଟାର ଗୋବିନ୍ଦାଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ସୋଲାର ଟେକ୍ନୋଲଜି ଆଲିଆନ୍ସ(STA) ନାମକ କମ୍ପାନୀ ଲୋକଙ୍କଠାରୁ ହଜାରେ କୋଟି ଠକିଥିବା ଅଭିଯୋଗ ହୋଇଛି। ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଗୋବିନ୍ଦା ହୋଇଥିବା ବେଳେ ପୁଞ୍ଜି ନିବେଶ ପାଇଁ ସେ ଲୋକଙ୍କୁ ଉସକାଇଥିବା ଅଭିଯୋଗ ହୋଇଛି। ତେଣୁ କ୍ରାଇମବ୍ରାଞ୍ଚ EOW ଗୋବିନ୍ଦାଙ୍କୁ ସମନ କରି ଭୁବନେଶ୍ୱର ଡାକିପାରେ ନଚେତ ମୁମ୍ବାଇ ଯାଇ ତାଙ୍କୁ ଜେରା କରିପାରେ ବୋଲି ଜଣାଯାଇଛି ।

Advertisment

ସୋଲାର ଟେକ୍ନୋଲଜି ଆଲିଆନ୍ସ ୨୦୨୧ରେ ଲଞ୍ଚ ହୋଇଥିଲା। କିଛି ମାସ ପୂର୍ବେ ଗୋଆରେ ହୋଇଥିବା ଏହି କମ୍ପାନିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୋବିନ୍ଦା। କାର୍ଯ୍ୟକ୍ରମରେ ସାମିଲ ହୋଇ ସେ STA ରେ ଟଙ୍କା ବିନିଯୋଗ କରିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ। ଫଳରେ ଗୋବିନ୍ଦାଙ୍କ କଥାକୁ ବିଶ୍ୱାସ କରି ବହୁ ସଂଖ୍ୟାରେ ଲୋକେ ଏହି କମ୍ପାନୀରେ ପ୍ରାୟ ହଜାରେ କୋଟିରୁ ଊର୍ଦ୍ଧ୍ୱ ବିନିଯୋଗ କରିଥିବା ଜଣାଯାଇଛି।

ପରେ ତଦନ୍ତରୁ ଏହି କମ୍ପାନୀ ଆରବିଆଇ ଗାଇଡଲାଇନ୍‌ ଉଲ୍ଲଘଂନ କରିଥିବା ଜଣାପଡ଼ିଥିଲା। ଏପରିକି କ୍ରିପ୍ଟୋ କରେନ୍ସି ଜରିଆରେ କମ୍ପାନୀ ଠକେଇ କରୁଥିବା ଜଣାପଡ଼ିଲା। ଏନେଇ ଭୁବନେଶ୍ୱର EOW ରେ ବି ବହୁ ଅଭିଯୋଗ ହେବା ପରେ ଏହାର ଖୋଳତାଡ଼ ଆରମ୍ଭ ହୋଇଛି। 

Advertisment

ତେଣୁ ଏହି କମ୍ପାନୀରେ ଗୋବିନ୍ଦା ଭୂମିକା କଣ ଥିଲା, ତାହାର ଖୋଳତାଡ଼ କରିବ EOW । ଏଥିପାଇଁ ଗୋବିନ୍ଦାଙ୍କୁ ଜେରା ପାଇଁ ଖୁବ ଶୀଘ୍ର ସ୍ୱତନ୍ତ୍ର ଟିମ୍ ମୁମ୍ବାଇ ଯିବ ନଚେତ ତାଙ୍କୁ ଡକାଯାଇ ଜେରା କରାଯିବ ବୋଲି କହିଛନ୍ତି  EOW  ଡିଏସ୍‌ପି ସସ୍ମିତା ସାହୁ । 

Govinda EOW
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe