Advertisment

ନିଜ ଅପହରଣ ନିଜେ କରିଥିଲେ ଫାଇନାନ୍ସ କର୍ମଚାରୀ

କେନ୍ଦ୍ରାପଡ଼ା ତନ୍ତିଆପାଳ ସାମୁଦ୍ରିକ ଥାନା ପୁଲିସ ମିଛ ଅପହରଣର ପର୍ଦ୍ଦାଫାସ କରିବା ସହ ଫାଇନାନ୍ସ ସଂସ୍ଥାର କର୍ମଚାରୀ ସ୍ୱାଗତ ସାମଲଙ୍କୁ ଗିରଫ କରିଛି।

Odisha

Odisha

Advertisment

ମିଛ ଅପହରଣ ଅଭିଯୋଗରେ ଗୋଟିଏ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କ ଅଡ଼ୁଆ ବଢ଼ିଛି। ସେ ନିଜ ଅପହରଣ ନିଜେ କରି ସମସ୍ତଙ୍କୁ ଭୁଆଁ ବୁଲାଇଥିବା ପୁଲିସ୍‌ ଜାଣିବାକୁ ପାଇଛି। ଏଥିପାଇଁ ସଂପୃକ୍ତ ଫାଇନାନ୍ସ କର୍ମଚାରୀଙ୍କୁ ପୁଲିସ୍‌ ଗିରଫ କରିଛି। କେନ୍ଦ୍ରାପଡ଼ା ତନ୍ତିଆପାଳ ସାମୁଦ୍ରିକ ଥାନା ପୁଲିସ ମିଛ ଅପହରଣର ପର୍ଦ୍ଦାଫାସ କରିବା ସହ ଫାଇନାନ୍ସ ସଂସ୍ଥାର କର୍ମଚାରୀ ସ୍ୱାଗତ ସାମଲଙ୍କୁ ଗିରଫ କରିଛି। 

Advertisment

ସ୍ୱାଗତ ସାମଲଙ୍କ ଘର ମହାକାଳପଡ଼ା ଥାନା ରାଜଗଡ଼ ଗାଁରେ। ବୁଧବାର କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ବାବର – ବିଡିହି ମୁଖ୍ୟ ରାସ୍ତାର ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରୁ ଭାରତ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ସ୍ୱାଗତ ସାମଲ ନିଖୋଜ ହୋଇଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ।

କଲେକ୍ସନ୍ ସାରି ସନ୍ଧ୍ୟା ବେଳେ ବାବର – ବଡିହି ରାସ୍ତାର ଡାକବଙ୍ଗଳା ନିକଟରେ ସ୍ୱାଗତଙ୍କ ବାଇକ, ଚପଲ ଓ ଟଙ୍କା କଲେନ୍ସ ବ୍ୟାଗ ପଡ଼ିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ବ୍ୟାଗରେ ଟଙ୍କା ନଥିଲା। ପୁଲିସ ସାଇଣ୍ଟିଫକ ଟିମ୍ ଓ ଡଗ୍ ସ୍କ୍ୱାଡ ସହାୟତାରେ ସ୍ୱାଗତଙ୍କୁ ୨ ଦିନ ପରେ ନିଜ ଗାଁ ନିକଟରୁ ଠାବ କରିଥିଲା। 

Advertisment

ଜେରା ପରେ ପୁଲିସ ସ୍ୱାଗତଙ୍କ ଅସଲ ମୁଖା ଖୋଲି ଦେଇଛି। ସେ ନିଜେ ହିଁ ନିଜର ମିଛ ଅପହରଣ କରାଇଥିବା ପୁଲିସ୍‌ ଜାଣିବାକୁ ପାଇଛି। ସେ ବୁଧବାର ୨ ଲକ୍ଷ ୬୫ ହଜାର ଟଙ୍କା କଲେକ୍ସନ କରି ଆସୁଥିଲେ। ଏହାକୁ ହଡ଼ପ କରିବା ପାଇଁ ସେ ଯୋଜନା କରିଥିଲେ। ହେଲେ ପୁଲିସ ତାଙ୍କ ଠାରୁ ୧ ଲକ୍ଷ ୨୩ ହଜାର ଟଙ୍କା ଜବତ କରିଛି।

ସଂସ୍ଥା ନାଁରେ ଏହି କର୍ମଚାରୀ ଜଣଙ୍କ ବିଭିନ୍ନ ଲୋକଙ୍କ ଠାରୁ ଋଣ ଆଦାୟ କରୁଥିଲେ। ହେଲେ ଆଦାୟ ଟଙ୍କା ହଡ଼ପ କରିବା ପାଇଁ ସେ ମିଛ ଅପହରଣ ନାଟକ ରଚିଥିବା କେନ୍ଦ୍ରାପଡ଼ା ଏସପି ସୂଚନା ଦେଇଛନ୍ତି।

ସଂସ୍ଥା ପକ୍ଷରୁ ଆଦାୟ ଟଙ୍କାକୁ ଧରି ସ୍ୱାଗତ କଟକ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲୁଚି ରହୁଥିଲେ ବୋଲି ଜଣାପଡ଼ିଛି। ବୁଧବାର ଠାରୁ ସେ ନିଖୋଜ ଥିବାବେଳେ ଥାନାରେ ତାଙ୍କ ପରିବାର ଲୋକ ପୁଲିସ୍‌ର ସହାୟତା ନେଇଥିଲେ। ମିଛ ଅପହରଣକୁ ସତର ରୂପ ଦେବା ପାଇଁ ସେ ନିଜର ବାଇକ୍, ବ୍ୟାଗ୍‌ ଓ ଚପଲ ରାସ୍ତା କଡ଼ରେ ଫିଙ୍ଗି ଫେରାର ହୋଇଯାଇଥିଲେ।

ସମସ୍ତେ ଭାବୁଥିଲେ ଯେ ଏହା ଏକ ଅପହରଣ ଘଟଣା। ଟଙ୍କା ଲୁଟ କରିବା ପାଇଁ ତାଙ୍କୁ ଅପହରଣ କରାଯାଇଥିବା ପୁଲିସ୍‌ ମଧ୍ୟ ସନ୍ଦେହ କରୁଥିଲା। କିନ୍ତୁ ଏବେ ଫାଇନାନ୍ସ କର୍ମଚାରୀ ନିଜେ ହିଁ ନିଜର ଅପହରଣ କରିଥିବା ଜଣାପଡ଼ିଛି।

Odisha Crime Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe