Advertisment

ଟଙ୍କା ଲୁଟ୍‌ ନାଟକ କରି ଫସିଲେ ଫାଇନାନ୍ସ କମ୍ପାନୀ କର୍ମଚାରୀ

ଲୋକଙ୍କଠାରୁ ସଂଗ୍ରହ କରିଥିବା ଟଙ୍କା ଭାଇକୁ ଦେଇ ଲୁଟ୍ ହୋଇଯାଇଥିବା କମ୍ପାନୀକୁ ଜଣାଇଥିଲେ।

lootera

lootera

Advertisment

ନିଜେ ଟଙ୍କା ହଡ଼ପ କରି ଲୁଟ୍ ହୋଇଯାଇଥିବାର ନାଟକ ରଚିଥିବା ଏକ ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୁଲିସ୍। ତାଙ୍କ ସହିତ ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଥିବା ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କଠାରୁ ପୁଲିସ୍ ୬୩ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଜବତ କରିଛି।

Advertisment

ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଫାଇନାନ୍ସ କଂପାନୀ କର୍ମଚାରୀ ଡୋଳାମଣି ପ୍ରଧାନ ଓ ତାଙ୍କ ପିଉସୀ ପୁଅ ଭାଇ ସଜ୍ଜନ ଦନ୍ତା। ଗତ ୭ ତାରିଖରେ ଡୋଳାମଣି ପ୍ରଧାନ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଫୁଲଝରଣ ଗାଁ ନିକଟରେ ଲୁଟ୍‌ର ଶିକାର ହୋଇଥିଲେ ବୋଲି ତାଙ୍କ କମ୍ପାନୀର ମ୍ୟାନେଜରଙ୍କୁ ଜଣାଇଥିଲେ। କିଛି ଦୁର୍ବୃତ୍ତ ଡୋଳାମଣିଙ୍କୁ ମାରପିଟ କରି ୯୩ ହଜାର ଟଙ୍କା ଲୁଟ୍ କରିଥିବା କମ୍ପାନୀର ମ୍ୟାନେଜର ବଲାଙ୍ଗିର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଲା ଯେ ନିଜେ ଡୋଳାମଣି ଟଙ୍କା ହଡ଼ପ କରିଛନ୍ତି ଓ ଲୁଟ୍‌ର ମିଛ ନାଟକ ରଚନା କରିଛନ୍ତି। ତାଙ୍କୁ ଆଣି ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା।

Advertisment

ଡୋଳାମଣି ନିଜ ପିଉସୀ ପୁଅ ଭାଇ ସଜ୍ଜନ ଦନ୍ତାଙ୍କୁ ଡକାଇ ୯୩ ହଜାର ଟଙ୍କା ଦେଇଥିଲେ। ପରେ ଟଙ୍କା ଲୁଟ୍ ହୋଇଯାଇଥିବା କଂପାନୀ ମ୍ୟାନେଜରଙ୍କୁ ଜଣାଇଥିଲେ। ଏମିତିକି ସେ ନିଜ ମୋବାଇଲକୁ ଭାଙ୍ଗି ଦେଇ ଲୁଟ୍ ହୋଇଯାଇଥିବା ପୁଲିସକୁ କହିଥିଲେ। ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ନଗଦ ୬୩ ହଜାର ଟଙ୍କା ମିଳିଥିବା ବେଳେ ବାକି ଲୁଟ୍ ଟଙ୍କା ବ୍ୟାଙ୍କ ଏକାଉଣ୍ଟରେ ଜମା ହୋଇଥିବା ପୁଲିସ୍ ଜାଣିବାକୁ ପାଇଛି। ସେ ଟଙ୍କା ବି ଜବତ କରାଯିବ ବୋଲି ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe