Advertisment

୨ ଦିନ ତଳେ ନିଖୋଜ ଥିଲେ ଫାଇନାନ୍ସ କର୍ମଚାରୀ; ଆଜି ଜଙ୍ଗଲରୁ ମିଳିଲା ମୃତଦେହ

ଉତ୍ତମ ୩ ବର୍ଷ ହେବ ଟିଟିଲାଗଡ ସ୍ଥିତ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ।

Death  person

Death person

Advertisment

୨ ଦିନ ତଳେ ନିଖୋଜ ଥିଲେ ଫାଇନାନ୍ସ କର୍ମଚାରୀ। ଆଜି ସକାଳେ ଜଙ୍ଗଲରୁ ମିଳିଲା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ। ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ଫାଣ୍ଡି ଅଧିନସ୍ଥ ଗୋଏଲଭାଡ଼ି ବର୍ଣି ଜଙ୍ଗଲରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଟିଟିଲାଗଡ ଥାନା ସର୍ଗିଗୁଡ଼ାର ଉତ୍ତମ ନାଗ।

Advertisment

ଉତ୍ତମ ୩ ବର୍ଷ ହେବ ଟିଟିଲାଗଡ ସ୍ଥିତ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ଗତ ୨ ତାରିଖର ସକାଳେ ସେ ନିଖୋଜ ଥିଲେ। ପରିବାର ଲୋକେ ତାକୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। 

ଏନେଇ ପରିବାର ଲୋକେ ଟିଟିଲାଗଡ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଜଙ୍ଗଲରୁ ମିଳିଥିଲା। ଫାଇନାନ୍ସ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
Deadbody Titilagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe