ରାସ୍ତା ପାର୍ଶ୍ୱରେ କରୁଥିଲେ ପାର୍କିଂ, ଏକାଥରେ ୮୫ଟି ଟ୍ରକ୍‌ ନାଁରେ କଟିଲା ଚାଲାଣ

ରାସ୍ତାର ଉଭୟ ପାର୍ଶ୍ୱରେ ବେଆଇନ ଭାବେ ପାର୍କି କରୁଥିଲେ ଟ୍ରକ୍‌। ଏପରି ଟ୍ରକ୍‌ ମାଲିକଙ୍କୁ ବାଜିଛି ପ୍ରଶାସନର ଛାଟ । ଗୋଟିଏ ଦିନରେ ୮୫ ଟି ଗାଡ଼ିକୁ ଫାଇନ୍‌ ପକାଇଛି ତାଳଚେତ ଉପଖଣ୍ଡ ପୁଲିସ ପ୍ରଶାସନ l

ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକ୍‌ ନାଁରେ କଟୁଛି ଚାଲାଣ ।

  • Published: Saturday, 19 October 2024
  • , Updated: 19 October 2024, 08:18 AM IST

ରାସ୍ତାର ଉଭୟ ପାର୍ଶ୍ୱରେ ବେଆଇନ ଭାବେ ପାର୍କି କରୁଥିଲେ ଟ୍ରକ୍‌। ପ୍ରଶାସନର ତାଗିଦକୁ ଖାତିର କରୁ ନ ଥିଲେ। ଫଳରେ ଟ୍ରାଫିକ୍‌ ସମସ୍ୟା ଉପୁଜିବା ସହ ବାରମ୍ବାର ଘଟୁଥିଲା ଦୁର୍ଘଟଣା। ଏପରି ଟ୍ରକ୍‌ ମାଲିକଙ୍କୁ ବାଜିଛି ପ୍ରଶାସନର ଛାଟ । ଗୋଟିଏ ଦିନରେ ୮୫ ଟି ଗାଡ଼ିକୁ ଫାଇନ୍‌ ପକାଇଛି ତାଳଚେତ ଉପଖଣ୍ଡ ପୁଲିସ ପ୍ରଶାସନ l

ତାଳଚେର ସହରରୁ କୋଇଲା ଓ ପାଉଁଶ ପରିବହନ ହୋଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଥାଏ। ଲୋଡ଼ିଂ ହୋଇଥିବା ଟ୍ରକ୍‌ ଓ ଖାଲି ରହିଥିବା ଟ୍ରକ୍‌ଗୁଡିକ ତାଳଚେର ସହରର ମୁଖ୍ୟ ପ୍ରବେଶ ପଥର ରାସ୍ତା କଡ଼ରେ ବେଆଇନ ଭାବେ ପାର୍କିଂ କରିଥାନ୍ତି। ଏଥିଯୋଗୁ ତାଳଚେର ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ରାସ୍ତା ପାର୍ଶ୍ୱରେ ପାର୍କି ନ କରିବାକୁ ବାରମ୍ବାର ତାଗିଦ ସତ୍ତ୍ୱେ ଖାତିର କରୁ ନ ଥିଲେ ଟ୍ରକ୍‌ ମାଲିକ ।

ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଗତକାଲି ଆକ୍ସନ ମୁଡ଼କୁ ଚାଲି ଆସିଥିଲା ତାଳଚେର ଉପଖଣ୍ଡ ପୁଲିସ । ତାଳଚେର ଉପଜିଲ୍ଲାପାଳ, ତାଳଚେର ପରିବହନ ବିଭାଗ ଓ ତାଳଚେର ପୁଲିସ ମିଶି ଅଚାନକ ଭାବେ ରାସ୍ତାର ଉଭୟ ପାର୍ଶ୍ଵରେ ରହିଥିବା ଗାଡ଼ି ଗୁଡିକ ଉପରେ ଚଢ଼ାଉ କରାଯାଇଥିଲା। ନୋ ପାର୍କିଂ ଜୋନରେ ଗାଡ଼ି ରଖିଥିବା ଅଭିଯୋଗରେ ପ୍ରାୟ ୮୫ଟି ଭାରିଯାନ ନାଁରେ କଟିଛି ଚାଲାଣ ।

କିଛି ଦିନ ତଳେ ତାଳଚେର ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ  ରାସ୍ତା ପାର୍ଶ୍ୱରେ ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ଉପୁଜୁଥିବା ନେଇ ଟ୍ରକ ମାଲିକମାନଙ୍କୁ ତାଗିଦ କରାଯାଇଥିଲା। ଏଥିସହ ରାସ୍ତାର ଉଭୟ ପାର୍ଶ୍ଵରେ ଟ୍ରକ ପାର୍କିଂ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ତାଳଚେର ଉପଜିଲ୍ଲାପାଳ। ତେବେ ଏନେଇ ଟ୍ରକ ମାଲିକମାନେ ଉପଖଣ୍ଡ ପୁଲିସ ପ୍ରଶାସନର ନିର୍ଦ୍ଦେଶକୁ କୌଣସି ମାତ୍ରାରେ କର୍ଣ୍ଣପାତ ନ କରିବାରୁ ବାଧ୍ୟ ହୋଇ ଅଚାନକ ଚଢ଼ାଉ ହେଉଛି ବୋଲି କହିଛନ୍ତି ତାଳଚେର ଉପଜିଲ୍ଲାପାଳ ଓ ପୋଲିସ ଏସ୍ଡ଼ିପିଓ ମାନସ ରଞ୍ଜନ ବାରିକ l

Related story