Advertisment

ଚୁଲ୍‌ବୁଲି ନାୟିକା ରିୟା ଦେ’ଙ୍କ ପାଇଁ ବଢ଼ିଲା ଅଡୁଆ

ଦୁଇ ଦିନ ତଳେ କିଛି ସମାଜସେବୀ ବନ୍ଦ ଘରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ପୀଡ଼ିତା ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାଟି କଟକ ଟାଉନ୍‌ ଅଞ୍ଚଳରେ ଘଟିଥିବାରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ମାମଲାକୁ ବିଡାନାସୀ ଥାନାକୁ ଟ୍ରାନ୍ସଫର କରିଥିଲା।

Riya Dey

Riya Dey

Advertisment

ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ରିୟା ଦେ’ଙ୍କ ପାଇଁ ଅଡୁଆ ବଢ଼ିଲା। ତାଙ୍କ ନାଁରେ ରୁଜୁ ହେଲା ମାମଲା। ଏପରିକି ତାଙ୍କ ସ୍ୱାମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। କଟକ ବିଡ଼ାନାସୀ ଥାନା ପୁଲିସ୍‌ ମାମଲା କରିଛି। ରିୟା ଓ ତାଙ୍କ ସ୍ୱାମୀ ନିଜ ଘରେ ରଖିଥିବା ସହାୟିକାଙ୍କୁ ନିର୍ଯାତନା ଦେଉଥିଲେ। ଘରେ ତାଲା ପକାଇ ରଖୁଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ।

Advertisment

କଟକ ବିଡ଼ାନାସୀ ଥାନା ଅଞ୍ଚଳରେ ରହୁଛନ୍ତି ରିୟା ଦେ’ ଓ ତାଙ୍କ ସ୍ୱାମୀ। ତାଙ୍କ ଘରେ ଦେଢ଼ ବର୍ଷ ହେଲା କେୟାରଟେକର ଭାବେ ରହୁଥିଲେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବତୀ। ଅଭିଯୋଗ ଅନୁସାରେ ରିୟା ଓ ତାଙ୍କ ସ୍ୱାମୀ ଅନେକ ସମୟରେ ଯୁବତୀଙ୍କୁ ଅକଥନୀୟ ମାଡ଼ ମାରୁଥିଲେ। ନିଶାରେ ବିୟର ବୋତଲରେ ରିୟା ପିଟୁଥିବା ଅଭିଯୋଗ କରିଥିଲେ। ଯେଉଁଥିପାଇଁ ସେ ଠିକ୍‌ରେ ଚାଲି ପାରୁନଥିବା ପୀଡ଼ିତା କହିଛନ୍ତି। ଅନେକ ସମୟରେ ସିଗାରେଟ୍‌ ଆଣିବା ପାଇଁ ବଜାରକୁ ପଠାଉଥିଲେ। କୌଣସି କାମରେ ବାହାରକୁ ଗଲେ ଘରେ ପୂରାଇ ତାଲା ପକାଇ ଦେଉଥିଲେ। ଦିନ, ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ଘରେ ବିତାଇବାକୁ ପଡ଼ୁଥିଲା ବୋଲି ପୀଡ଼ିତା କହିଥିଲେ।

ଦୁଇ ଦିନ ତଳେ କିଛି ସମାଜସେବୀ ବନ୍ଦ ଘରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ପୀଡ଼ିତା ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାଟି କଟକ ଟାଉନ୍‌ ଅଞ୍ଚଳରେ ଘଟିଥିବାରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ମାମଲାକୁ ବିଡାନାସୀ ଥାନାକୁ ଟ୍ରାନ୍ସଫର କରିଥିଲା। ବିଡାନାସୀ ଥାନା ପୁଲିସ୍‌ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଆଜି ପୀଡ଼ିତାଙ୍କ ବୟାନ୍‌ ରେକର୍ଡ କରିବ ବୋଲି ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି।

Advertisment

ପୀଡ଼ିତାଙ୍କ ଅଭିଯୋଗ ନେଇ ରିଆ ଓ ତାଙ୍କ ସ୍ୱାମୀଙ୍କ ପ୍ରତିକ୍ରିୟା ମିଳିପାରିନି।

ଅନ୍ୟପକ୍ଷରେ ରିଆଙ୍କ ସ୍ୱାମୀ ଗତ ୮ ତାରିଖରେ ବିଡ଼ାନାସୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଘରେ କେୟାରଟେକର ଭାବେ ରହୁଥିବା ଯୁବତୀ ନିଖୋଜ ଅଛନ୍ତି ବୋଲି ଏଫ୍‌ଆଇଆର୍‌ରେ ଦର୍ଶାଇଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମିଶିଂ ମାମଲା ରୁଜୁ କରିଥିଲା। ଏବେ ତାଙ୍କର ଠିକଣା ମିଳିଯାଇଥିବାରୁ ଦୁଇଟି ଅଭିଯୋଗର ତଦନ୍ତ ଏକା ସାଙ୍ଗରେ ହେବ ବୋଲି ପୁଲିସ୍‌ କହିଛି।

Cuttack Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe