Advertisment

ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ବିରୋଧରେ ଏତଲା ଦେଲେ ଜିଲ୍ଲାପାଳ

୨୦୧୯ ମସିହାରେ ନିର୍ବାଚନ ସମୟରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିଜୟ ଲକ୍ଷ୍ମୀ ଦାଶ ଛୁଟି ପାଇଁ ଆବେଦନ କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
 Ravenshaw University

Ravenshaw University

ପ୍ରାୟ ୫ ବର୍ଷ ପରେ ସ୍ପଷ୍ଟ ହେଲା। କଟକ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲିଆତି ହୋଇଥିବା ଜଣାପଡ଼ିଥିଲା। ଏହା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆସିଷ୍ଟାଷ୍ଟ ପ୍ରଫେସରଙ୍କ ବିରୋଧରେ ଏତଲା ଦେଲେ କଟକ ଜିଲ୍ଲାପାଳ।

Advertisment

୨୦୧୯ ମସିହାରେ ନିର୍ବାଚନ ସମୟରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିଜୟ ଲକ୍ଷ୍ମୀ ଦାଶ ଛୁଟି ପାଇଁ ଆବେଦନ କରିଥିଲେ। ନିର୍ବାଚନ ପାଇଁ କୋଡ୍‌ ଅଫ୍‌ କଣ୍ଡକ୍ଟ ଲାଗିଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜୟଲକ୍ଷ୍ମୀଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ କହିଥିଲେ। ହେଲେ ପ୍ରଫେସର ବିଜୟଲକ୍ଷ୍ମୀ ଦାଶ ଜିଲ୍ଲାପାଳଙ୍କଠାରୁ ଅନୁମତି ଆଣିନଥିଲେ। ବରଂ ଜିଲ୍ଲାପାଳଙ୍କ ଜାଲି ଦସ୍ତଖତ କରି ଛୁଟିରେ ଯାଇଥିଲେ।

ଇତି ମଧ୍ୟରେ ୨୦୧୯ ନିର୍ବାଚନ ଯାଇ ୨୦୨୪ ସାଧାରଣ ନିର୍ବାଚନ ସରିଲାଣି। ପ୍ରାୟ ୫ ବର୍ଷ ପରେ ଆସିଷ୍ଟାଣ୍ଟ ପ୍ରଫେସର ବିଜୟ ଲକ୍ଷ୍ମୀ ଦାଶଙ୍କ ବିରୋଧରେ ଥିବା ଅଭିଯୋଗର ଫାଇଲ୍‌ ଖୋଲିଛି। ଜିଲ୍ଲାପାଳଙ୍କ ଦସ୍ତଖତ ଜାଲ୍‌ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ କଟକରେ ବର୍ତ୍ତମାନ ଥିବା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଲାଲବାଗ ଥାନାରେ ପ୍ରଫେସରଙ୍କ ନାଁରେ ଏତଲା ଦେଇଛନ୍ତି।

Advertisment

ତେବେ ଏ ସମ୍ପର୍କରେ ଅଧ୍ୟାପିକାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Cuttack Ravenshaw University