Advertisment

ଯାତ୍ରା ମଞ୍ଚରେ ମହାପ୍ରଭୁଙ୍କ ପ୍ରତିମାକୁ ଅସମ୍ମାନ; ଖଳନାୟକ କାହ୍ନାଙ୍କ ନାଁରେ ମାମଲା

କେବଳ ଏତିକି ନୁହେଁ, ‘ବଡ଼ ବେଦରଦୀ କଳା ସାଆନ୍ତ’ରେ ଏକ ସଂଳାପରେ କାହ୍ନା କହୁଛନ୍ତି, ... ମୁଁ ଜଗାକୁ ବୁଲାଇବାକୁ ନେଇଥିଲି।... ମୋ ଜଗା ଦିନ ରାତି ୨୪ ଘଣ୍ଟା ଗୋଟିଏ ମନ୍ଦିର ଭିତରେ ରହୁଛି। ତାକୁ କ’ଣ ଅଣ ନିଃଶ୍ୱାସୀ ଲାଗୁନଥିବ? ତାକୁ କ’ଣ ଟିକେ ବୋରିଂ ଲାଗୁନଥିବ?

ଅଦ୍ୟତନ ହୋଇଛି
Jatra

Jatra

Advertisment

କୋଟି ଓଡ଼ିଆଙ୍କ ମଉଡ଼ମଣୀ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ଘୋଡ଼ାଇ ରଖିଛନ୍ତି। ହେଲେ ତାଙ୍କୁ ଆଜି ଅସମ୍ମାନିତ କରାଯାଇଛି। ଖେଳଣା ପରି ଖୋଲା ମଞ୍ଚରେ ମହାପ୍ରଭୁଙ୍କ ପ୍ରତିମାର ଗୋଟିଏ ବାହୁକୁ ଝୁଲାଇ ଝୁଲାଇ ନେଉଛନ୍ତି ଯାତ୍ରା ଖଳନାୟକ କାହ୍ନା ସ୍ୱାଇଁ। ରଙ୍ଗମଞ୍ଚରେ ଅଭିନୟ କଲା ବେଳେ ସେ ଏପରି ଜଘଣ୍ୟ ଅପରାଧ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ କାହ୍ନାଙ୍କ ନାଁରେ କଟକ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି।

Advertisment

ଯାତ୍ରା ସିଂହବାହିନୀର ଷ୍ଟାର ଆକ୍ଟର ହେଉଛନ୍ତି କାହ୍ନା ସ୍ୱାଇଁ। ସେ ଅନେକ ନାଟକରେ ଖଳ ଚରିତ୍ରରେ ଆସିଥାନ୍ତି। ଆଉ ନାୟକ ଓ ନାୟିକାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ଯାତ୍ରାପ୍ରେମୀ ଦେଖିଛନ୍ତି। ହେଲେ କାହ୍ନା ଏଥର ସବୁ ସୀମା ପାର କରିଛନ୍ତି। ‘ବଡ଼ ବେଦରଦୀ କଳା ସାଆନ୍ତ’ ନାଟକରେ ସେ ମହାପ୍ରଭୁଙ୍କ ପ୍ରତିମାକୁ ଅପମାନିତ କରିଛନ୍ତି। ସେ କେତେବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମାରେ ଲାଗି ହୋଇଥିବା ଫୁଲ ମାଳକୁ ଫିଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ମହାପ୍ରଭୁଙ୍କୁ ଲୁଗାରେ ବାନ୍ଧି ପିଠିରେ ପକାଇ ଖେଳଣା ପରି ନେଉଛନ୍ତି। ଆଉ କେତେବେଳେ ମହାପ୍ରଭୁଙ୍କ ପ୍ରତିମାକୁ ହାତରେ ଝୁଲାଇ ଝୁଲାଇ ନେଉଥିବା ଦେଖିବାକୁ ମିଳିଛି।

କେବଳ ଏତିକି ନୁହେଁ, ‘ବଡ଼ ବେଦରଦୀ କଳା ସାଆନ୍ତ’ରେ ଏକ ସଂଳାପରେ କାହ୍ନା କହୁଛନ୍ତି, ... ମୁଁ ଜଗାକୁ ବୁଲାଇବାକୁ ନେଇଥିଲି।... ମୋ ଜଗା ଦିନ ରାତି ୨୪ ଘଣ୍ଟା ଗୋଟିଏ ମନ୍ଦିର ଭିତରେ ରହୁଛି। ତାକୁ କ’ଣ ଅଣ ନିଃଶ୍ୱାସୀ ଲାଗୁନଥିବ? ତାକୁ କ’ଣ ଟିକେ ବୋରିଂ ଲାଗୁନଥିବ? .... ଯଦି ଜଗାର ଜୀବନ ନାହିଁ, ତାହାହେଲେ ସକାଳେ ସନ୍ଧ୍ୟା ବେଳେ ତାଙ୍କୁ କାହିଁକି ମୁଣ୍ଡିଆ ମାରୁଛ? ତା’ ପାଖକୁ କାହିଁକି ଗୁହାରି କରିବାକୁ ଆସୁଛ? ଜଗନ୍ନାଥଙ୍କୁ ନେଇ ପ୍ରଶ୍ନ କରାଯାଏନି। ମୋ’ ଜଗାର ଜୀବନ ଅଛି। ଆମେ ଖାଉଛୁ, ସିଏ ବି ଖାଉଛି। ଅଳପ ନୁହେଁ, ଷାଠିଏ ପଉଠି ଛପନ ଭୋଗ ଖାଉଛି......। ଏମିତି କେତେ କ’ଣ କାହ୍ନା ସଂଳାପରେ କହୁଥିବା ଦେଖିବାକୁ ମିଳୁଛି।

Advertisment

କାହ୍ନାଙ୍କ ଏହି ସବୁ ଭିଡିଓ ଓ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଆଉ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଯାହା ପ୍ରତି ଓଡ଼ିଆଙ୍କୁ କୋଠାରଘାତ ଦେଇଛି। କାହ୍ନା ଜଣେ ଭଲ ଆକ୍ଟର ହୋଇଥିବେ, ହେଲେ କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ମହାପ୍ରଭୁଙ୍କ ପ୍ରତିମା ସହିତ ଏମିତି ଦୁର୍ବ୍ୟବହାର କରିବା ପାଇଁ ତାଙ୍କୁ କିଏ ଅନୁମତି ଦେଲା? ଏବେ ସାଧାରଣରେ ଏମିତି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଜି ଏନେଇ କଟକ ବାଦାମବାଡ଼ି ଥାନାରେ କାହ୍ନାଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ତେବେ ଏନେଇ ଯାତ୍ରା ଅନୁଷ୍ଠାନ କିମ୍ୱା କାହ୍ନାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Entertainment Crime Jatra Artiste
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe