Advertisment

କଲେଜ ଅଧ୍ୟକ୍ଷ ରାତି ଅଧରେ ଫୋନ୍‌ କରୁଛନ୍ତି, ହ୍ୱାଟ୍ସଆପ୍‌ରେ ମେସେଜ ପଠାଉଛନ୍ତି!

ଏମ୍‌ପିସି ଜୁନିୟର କଲେଜ ଅଧ୍ୟକ୍ଷ ହେଉଛନ୍ତି ଶୁଭଙ୍କର ସାହୁ। ସେ କଲେଜରେ କାର୍ଯ୍ୟରତ ୪ ଜଣ ଅଧ୍ୟାପିକାଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଅଧ୍ୟାପିକାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ରାତି ଅଧିଆ କଲ୍‌ କରୁଛନ୍ତି। ମନ୍ଦ ଉଦ୍ଦେଶ୍ୟ ରଖି ହ୍ୱାଟ୍ସଆପ୍‌ରେ ଖରାପ ମେସେଜ ପଠାଉଥିବା ଅଧ୍ୟାପିକାମାନେ ଅଭିଯୋଗ କରିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Baripada

Baripada

ଶିକ୍ଷାର ମନ୍ଦିରରେ କଳଙ୍କର ଛିଟା। ଯେଉଁ ଗୁରୁ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରୁଛନ୍ତି, ସିଏ ସନ୍ଦେହ ଘେରରେ। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଅଧ୍ୟାପିକାଙ୍କୁ ରାତି ଅଧିଆ କଲ୍‌ କରୁଛନ୍ତି ଓ ହ୍ୱାଟ୍ସଆପ୍‌ରେ ମେସେଜ୍‌ ପଠାଉଛନ୍ତି କଲେଜ ଅଧ୍ୟକ୍ଷ। ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ(ଏମ୍‌ପିସି) ଜୁନିୟରରୁ ଆସିଛି ଏପରି ଅଭିଯୋଗ। ୪ ଜଣ ଅଧ୍ୟାପିକା ଏନେଇ ବାରିପଦା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଏମ୍‌ପିସି ଜୁନିୟର କଲେଜ ଅଧ୍ୟକ୍ଷ ହେଉଛନ୍ତି ଶୁଭଙ୍କର ସାହୁ। ସେ କଲେଜରେ କାର୍ଯ୍ୟରତ ୪ ଜଣ ଅଧ୍ୟାପିକାଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ସେ ଏହି ଅଧ୍ୟାପିକାମାନଙ୍କୁ ଜାତିଆଣ ଆକ୍ଷେପ କରିବା ସହ ରାତି ଅଧିଆ କଲ୍‌ କରୁଛନ୍ତି। ସେ ହ୍ୱାଟ୍ସଆପ୍‌ରେ ଖରାପ ମେସେଜ ପଠାଉଥିବା ଅଧ୍ୟାପିକାମାନେ ଅଭିଯୋଗ କରିଛନ୍ତି। ଦିନକୁ ଦିନ ଅଧ୍ୟକ୍ଷଙ୍କ ଦୁର୍ବ୍ୟବହାର ବଢ଼ିବାରେ ଲାଗିଲା। ଯେଉଁଥିରେ ଅତିଷ୍ଠ ହୋଇ ୪ ଅଧ୍ୟାପିକା ଆଜି ବାରିପଦା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏହି ୪ ଅଧ୍ୟାପିକାମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, ମୋତେ ସବୁବେଳେ ଖରାପ ମେସେଜ କରୁଥିଲେ। ରାତି ଅଧରେ କଲ୍‌ କରୁଥିଲେ। ଡରରେ ଫୋନ୍‌ ଉଠାଇବାକୁ ପଡ଼ୁଥିଲା। ସେ ସବୁବେଳେ ଧମକ ଦେଉଥିଲେ। ଆଉ କହୁଥିଲେ, ମୁଁ ଲେଖିଦେଲେ ତୁମର ସିସିଆର୍‌ ଖରାପ ହୋଇଯିବ, ଆଉ ପ୍ରମୋସନ୍‌ ପାଇବନାହିଁ। ଆମକୁ ସେ ଏମିତି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ନିର୍ଯାତନା ଅସହ୍ୟ ହେବାରୁ ଥାନାରେ ଅଭିଯୋଗ କରିବାକୁ ଆସିଛୁ ବୋଲି ଅଧ୍ୟାପିକା କହିଛନ୍ତି।

Advertisment

ଆଉ ଜଣେ ଅଧ୍ୟାପିକା କହିଛନ୍ତି, ଅଧ୍ୟକ୍ଷ ମୋତେ ଜାତିଆଣ ଆକ୍ଷେପ କରି ଗାଳି ଦେଉଛନ୍ତି। ମାନସିକ ନିର୍ଯାତନା ଦେଉଛନ୍ତି। ସେ କ’ଣ ପାଇଁ ଏମିତି କହୁଛନ୍ତି, ତାହା ଜାଣିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଅଧ୍ୟାପିକାଙ୍କ ଅଭିଯୋଗ ନେଇ କଲେଜ ଅଧ୍ୟକ୍ଷ ଶୁଭଙ୍କର ସାହୁ କହିଛନ୍ତି, ୪ ଅଧ୍ୟାପିକା କଲେଜରେ କୌଣସି କାର୍ଯ୍ୟ ଠିକ୍‌ ଭାବେ ତୁଲାଉ ନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ପରଫରର୍ମମାନ୍ସ ରିପୋର୍ଟରେ ଜଣାଇଛି। ହୁଏତ ସେଥିପାଇଁ ଅଧ୍ୟାପିକାମାନେ ଅସନ୍ତୋଷ ହୋଇ ଆକ୍ରୋଶ ମୂଳକ ଭାବେ ଏପରି ମିଥ୍ୟା ଆରୋପ କରିଥାଇ ପାରନ୍ତି ବୋଲି ଅଧ୍ୟକ୍ଷ ସଫେଇ ଦେଇଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada