Advertisment

କନ୍‌ଷ୍ଟେବଲ୍‌ଙ୍କୁ ରାସ୍ତାରେ ଆକ୍ରମଣ କଲେ କନ୍‌ଷ୍ଟେବଲ୍‌ ସ୍ୱାମୀ

ଜ୍ୟୋତିଙ୍କ ଆକ୍ରମଣରେ ନୁପୁର ରକ୍ତାକ୍ତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା। ଚିତ୍କାର ଶୁଣି ରାସ୍ତା ପାର୍ଶ୍ୱ ବିଲରେ କାମ କରୁଥିବା ଲୋକମାନେ ଧାଇଁ ଆସିଥିଲେ। ଲୋକଙ୍କୁ ଦେଖି ନୁପୁରଙ୍କୁ ଛାଡ଼ି ଜ୍ୟୋତି ଓ ତାଙ୍କ ସାଥୀ ସେଠାରୁ ବାଇକ୍‌ରେ ଚମ୍ପଟ ମାରିଥିଲେ।

Crime

Crime

Advertisment

ମହିଳା କନ୍‌ଷ୍ଟେବଲ୍‌ଙ୍କୁ ରାସ୍ତାରେ ଆକ୍ରମଣ କଲେ କନ୍‌ଷ୍ଟେବଲ୍‌ ସ୍ୱାମୀ। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଛି।

Advertisment

ସମରା ଗାଁର ଜ୍ୟୋତି ପଧାନ ଓ ତାଙ୍କ ପତ୍ନୀ ନୁପୁର ବିଶ୍ୱାଳ ବଲାଙ୍ଗିର ରିଜର୍ଭରେ ପୁଲିସ୍‌ରେ କନ୍‌ଷ୍ଟେବଳ ଭାବେ କାମ କରନ୍ତି। ପ୍ରତିଦିନ ପରି ରବିବାର ଅପରାହ୍ନ ପ୍ରାୟ ୪ରୁ ସାଢ଼େ ୪ଟା ବେଳେ ଡ୍ୟୁଟି ସାରି ଉଭୟ ବାଇକ୍‌ରେ ଗାଁକୁ ଫେରୁଥିଲେ। ତେବେ ସମରା ଛକ ନିକଟରେ କୌଣସି କାଥାକୁ ନେଇ ଉଭୟଙ୍କ ଭିତରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇଥିଲେ ଜ୍ୟୋତି ପଧାନ। ସେହି ରାସ୍ତା ପାର୍ଶ୍ୱରେ ଗାଡ଼ି ଛିଡ଼ା କରିଥିଲେ। ଯେଉଁଠି ପୂର୍ବରୁ ତାଙ୍କ ସାଙ୍ଗ ଛିଡ଼ା ହୋଇଥିଲେ। ଅଭିଯୋଗ ଅନୁସାରେ ଜ୍ୟୋତିଙ୍କ ସାଙ୍ଗ ପ୍ରଥମେ ନୁପୁରଙ୍କ ଚୁଟିକୁ ଟାଣି ଧରିଥିଲେ। ତା’ପରେ ନୁପୁରଙ୍କୁ ଜ୍ୟୋତି ଆକ୍ରମଣ କରିଥିଲେ।

ଜ୍ୟୋତିଙ୍କ ଆକ୍ରମଣରେ ନୁପୁର ରକ୍ତାକ୍ତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା। ଚିତ୍କାର ଶୁଣି ରାସ୍ତା ପାର୍ଶ୍ୱ ବିଲରେ କାମ କରୁଥିବା ଲୋକମାନେ ଧାଇଁ ଆସିଥିଲେ। ଲୋକଙ୍କୁ ଦେଖି ନୁପୁରଙ୍କୁ ଛାଡ଼ି ଜ୍ୟୋତି ଓ ତାଙ୍କ ସାଥୀ ସେଠାରୁ ବାଇକ୍‌ରେ ଚମ୍ପଟ ମାରିଥିଲେ। ନୁପୁରଙ୍କଠାରୁ ପରିଚୟ ପାଇବା ପରେ ଲୋକମାନେ ପରିବାର ଲୋକଙ୍କୁ ଫୋନ୍‌ କରି ପୂରା ଘଟଣା ସମ୍ପର୍କରେ କହିଥିଲେ।

Advertisment

ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ନୁପୁରଙ୍କୁ ଉଦ୍ଧାର କରି ବଲାଙ୍ଗିରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ନୁପୁରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ଚର୍ଚ୍ଚା ହେଉଛି। ନୁପୁରଙ୍କ ପରିବାର ଲୋକଙ୍କ ଅଭିଯୋଗ ଅଧାରରେ ତୁଷୁରା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏନେଇ ନୁପୁରଙ୍କ ପରିବାର କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Crime Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe