Advertisment

ସ୍କର୍ପିଓରୁ ଏୟାର ବ୍ୟାଗ୍‌ ଗାଏବ; ଆନନ୍ଦ ମହିନ୍ଦ୍ରାଙ୍କ ନାମରେ ମାମଲା

ଏଥିନିମନ୍ତେ ଜଣେ ବ୍ୟକ୍ତି ନିଜ ପୁଅକୁ ହରାଇଥିବା କହିଥିବା ବେଳେ ଆନନ୍ଦ ମହିନ୍ଦ୍ରା ଓ ଆଉ ୧୨ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Anand- Mahindra

Anand- Mahindra

ସବୁବେଳେ ସୋଶାଲ ମିଡିଆରେ ଆକ୍ଟିଭ ରହୁଥିବା ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ନାମରେ ରୁଜୁ ହୋଇଛି ଠକେଇ ମାମଲା।   ମହିନ୍ଦ୍ରା ଓ ମହିନ୍ଦ୍ରା  କମ୍ପାନୀର ସ୍କର୍ପିଓ ଗାଡ଼ିରୁ ଏୟାର ବ୍ୟାଗ୍‌ ଉଭାନ ହୋଇ ଯାଇଥିବା ଅଭିଯୋଗ ହୋଇଛି।  ଏଥିନିମନ୍ତେ ଜଣେ ବ୍ୟକ୍ତି ନିଜ ପୁଅକୁ ହରାଇଥିବା କହିଥିବା ବେଳେ ଆନନ୍ଦ ମହିନ୍ଦ୍ରା ଓ ଆଉ ୧୨ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। 

Advertisment

ଅଭିଯୋଗକାରୀ ରାଜେଶ ମିଶ୍ରଙ୍କ କହିବାନୁଯାୟୀ, ସେ ମହିନ୍ଦ୍ରା ଓ ମହିନ୍ଦ୍ରା କମ୍ପାନୀର ସ୍କର୍ପିଓ ଗାଡ଼ି ୨୦୨୦ ମସିହାରେ ୧୭.୩୯ ଲକ୍ଷ ଟଙ୍କାରେ କିଣିଥିଲେ। ଉକ୍ତ ସମୟରେ କମ୍ପାନୀ ତରଫରୁ ଗାଡ଼ିରେ ଏୟାର ବ୍ୟାଗ୍‌ ଥିବା କୁହାଯାଇଥିଲା। ସେ ଉକ୍ତ ଗାଡ଼ିକୁ ନିଜ ପୁଅକୁ ଉପହାର ସ୍ୱରୂପ ଦେଇଥିଲେ। ମାତ୍ର ଉକ୍ତ ଗାଡ଼ିରେ ଏୟାର ବ୍ୟାଗ୍‌ ନ ଥିବାରୁ ଆଜି ସେ ନିଜ ପୁଅକୁ ହରାଇ ସାରିଥିବା କୋହଭରା କଣ୍ଠରେ କହିଛନ୍ତି ।

ରାଜେଶ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ୨୦୨୨ ମସିହା ଜାନୁୟାରୀ ୧୪ ତାରିଖରେ ତାଙ୍କ ପୁଅ ନିଜ ସାଙ୍ଗମାନଙ୍କ ସହ ଲକ୍ଷ୍ନୌରୁ କାନପୁର ଫେରୁଥିଲା। ମାତ୍ର ଅତ୍ୟଧିକ କୁହୁଡ଼ି ହେତୁ କାର୍‌ଟି ଡିଭାଇଡରରେ ପିଟି ହୋଇ ଯାଇଥିଲା ଓ ଘଟଣା ସ୍ଥଳରେ ହିଁ ତାଙ୍କ ପୁଅର ମୃତ୍ୟୁ ହୋଇଥିଲା। ଗାଡ଼ିରେ ସେଫ୍ଟି ଏୟାର ବ୍ୟାଗ୍‌ ନ ଥିବାରୁ ସେ ନିଜ ପୁଅକୁ ହରାଇଥିବା ଅଭିଯୋଗ କରିଛନ୍ତି।

Advertisment

ଏନେଇ ସେ ଥାନାରେ ଅଭିଯୋଗ କରିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷଙ୍କ ମିଥ୍ୟା ପ୍ରତିଶ୍ରୁତି ଯୋଗୁ ତାଙ୍କ ପୁଅର ଜୀବନ ଯାଇଥିବା ଉଲ୍ଲେଖ କରିଛନ୍ତି। ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ସେମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ରାଜେଶ ଅଭିଯୋଗ କରିଛନ୍ତି।

ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କମ୍ପାନୀ ଗାଡ଼ି ଫେରାଇ ନେଇଥିବା ଜଣାଯାଇଛି।

Police Anand Mahindra Fraud