Advertisment

ବାଳକର ପାଦତଳେ ଲାଗି ହେଉଛି ତୁଳସୀ; ଫଟୋ ଭାଇରାଲ, ଥାନାରେ ଅଭିଯୋଗ

କାଶିନାଥଙ୍କ ଭୁବନେଶ୍ୱର ଖଣ୍ଡଗିରି ଆଶ୍ରମରେ ଅନେକ ବେଆଇନ କାମ ହେଉଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Viral Photo

Viral Photo

Advertisment

ପ୍ୟାଣ୍ଟସାର୍ଟ ପିନ୍ଧି ଏକ ଚୌକିରେ ବସିଥିବା ବାଳକକୁ ଦିଆଯାଉଛି ଭଗବାନ ଅନନ୍ତ ମାଧବଙ୍କ ଆଖ୍ୟା। ଏଥପାଇଁ ତାଙ୍କ ପାଦ ତଳେ ତୁଳସୀ ଓ ଫୁଲମାଳ ଲାଗି କରାଯାଉଛି। ଏଭଳି କିଛି ଫଟୋ ଏବେ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।

Advertisment

ଏପରି ଅଭିଯୋଗ ଆଣି ଥାନାରେ ଫେରାଦ ହୋଇଛନ୍ତି ରାଜ୍ୟ ସମାଜସେବୀ ମହାସଂଘର କର୍ମକର୍ତ୍ତା। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଅଞ୍ଚଳରେ। ତେବେ ଭାଇରାଲ ହେଉଥିବା ଫଟୋଟି କେବେକାର ତାହା ଜଣାପଡ଼ି ନାହିଁ।

ଫଟୋରେ ପୂଜା କରାଯାଉଥିବା ପିଲାଟି ଭାଷ୍ୟକାର କାଶିନାଥ ମିଶ୍ରଙ୍କ ପୁଅ ବୋଲି ଜଣାଯାଇଛି। ସେ ନିଜ ପୁଅକୁ ଭଗବାନ ଅନନ୍ତ ମାଧବ ବୋଲି ଆଖ୍ୟା ଦେଇଛନ୍ତି। ଏଥିସହ ବାଳକର ବେକରେ ଫୁଲ ମାଳ ଓ ପାଦ ତଳେ ତୁଳସୀ ଦିଆଯାଇ ପୂଜାର୍ଚ୍ଚନା କରାଯାଉଥିବା ଅଭିଯୋଗ ହୋଇଛି। ପାଦ ତଳେ ତୁଳସୀ ଓ ବେକରେ ଫୁଲ ମାଳ ପକାଇ ପିଲାଟି ବସିଥିବାର ଏକାଧିକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି।  ଏହି ଘଟଣାକୁ ନେଇ ଗତକାଲି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ରାଜ୍ୟ ସମାଜସେବୀ ମହାସଂଘର କର୍ମକର୍ତ୍ତା।

Advertisment

ଖାଲି ଏତିକି ନୁହେଁ କାଶିନାଥଙ୍କ ଭୁବନେଶ୍ୱର ଖଣ୍ଡଗିରି ଆଶ୍ରମରେ ଅନେକ ବେଆଇନ କାମ ହେଉଥିବା ଅଭିଯୋଗ ହୋଇଛି। ଏନେଇ କାଶିନାଥ ମିଶ୍ର କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

ରାଜ୍ୟ ସମାଜସେବୀ ମହାସଂଘ ସଦସ୍ୟ ସାଗର ସୁନ୍ଦର ଦାସ କହିଛନ୍ତି, କାଶୀନାଥ ମିଶ୍ର ନିକୁ ଭାଷ୍ୟକାର ଭାବେ ପରିଚୟ ଦିଅନ୍ତି। ସେ ନିଜ ପୁଅକୁ ଅନନ୍ତ ମାଧବ ଓ କଳିକି ଅବତାର ବୋଲି ସମସ୍ତଙ୍କ ଆଗରେ ପ୍ରତିପାଦିତ କରି ଆସୁଛନ୍ତି। ତାଙ୍କ ପୁଅର ଗୋଡ଼ ତଳେ ମା’ ତୁଳସୀ  ଓ ଭାଗବତ ଟୁଙ୍ଗୀ ରଖାଯାଉଛୁ। ମହାପ୍ରଭୁ ଜଗନ୍ନାଥଙ୍କ ମସ୍ତକରେ ତୁଳସୀ ଶୋଭାପାନ୍ତି। ତାଙ୍କୁ ଗୋଡ଼ ତଳେ ରଖାଯାଉଛି। ଏହା ବିରୋଧରେ ତଦନ୍ତ କରାଯିବା ଦରକାର। ଏଥିସହ ଆଶ୍ରମରେ ଅନୈତିକ କାର୍ଯ୍ୟ କରାଯାଉଛି ବୋଲି ଲୋକମାନେ କହୁଛନ୍ତି। ଏହାର ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। 

Odisha Police Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe