Advertisment

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା: ଅଭିଯୁକ୍ତ ଅଧ୍ୟାପକ ଓ ମାମଲାକୁ ଚପାଇ ଦେଇଥିବା ଅଧ୍ୟକ୍ଷଙ୍କ ବିରୋଧରେ ଥାନାରେ ଏତଲା

ଏହି ଘଟଣାରେ ଜଡ଼ିତ ଗଣିତ ଅଧ୍ୟାପକ ମହାନ୍ତି ନିଜର ଭୁଲ ସ୍ୱୀକାର କରି ଆପୋଷ ବୁଝାମଣା ଅଥବା ଚାପ ପ୍ରୟୋଗ କରି କଲେଜ ମଧ୍ୟରେ ଘଟଣାକୁ ଚପାଇ ଦେଇଥିଲେ ।

ଅଦ୍ୟତନ ହୋଇଛି
Stop Rape

Sexual Harassment

Advertisment

ଜଗତସିଂହପୁର ଜିଲ୍ଲା କୁର୍ତ୍ତାଙ୍ଗ ସ୍ଥିତ ସ୍ୱାମୀ ଅରୁପାନନ୍ଦ କଲେଜରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଓ ଘଟଣାକୁ ଚପାଇ ଦେଇଥିବା ଅଧ୍ୟକ୍ଷ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ।

Advertisment

ଏହି ମାମଲାରେ ଗତକାଲି ଉଭୟ ଅଧ୍ୟାପକ ଶାଶ୍ୱତ ମହାନ୍ତି ଓ ଅଧ୍ୟକ୍ଷ ରମେଶଚନ୍ଦ୍ର ସାହୁଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ନିଲମ୍ବନ କରିଥିଲେ।

ଉପଜିଲ୍ଲାପାଳଙ୍କ ଏତଲା ଅନୁସାରେ କଲେଜର ଅଧ୍ୟକ୍ଷ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯିବା ଭଳି ସଙ୍ଗୀନ ମାମଲାଟିକୁ ଚପାଇ ଦେଇଥିଲେ।

Advertisment

କଲେଜର ଗଣିତ ଅଧ୍ୟାପକ ଶାଶ୍ୱତ ମହାନ୍ତି ଜଣେ ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ। ଏନେଇ ଛାତ୍ରୀ ଜଣଙ୍କ କଲେଜ ଅଧ୍ୟକ୍ଷ ରମେଶଚନ୍ଦ୍ର ସାହୁଙ୍କୁ ଲିଖିତ ଭାବେ ଜଣାଇଥିଲେ।

ଏହି ଘଟଣାରେ କମିଟି କରି ଅଧ୍ୟକ୍ଷ ଘଟଣାର ସତ୍ୟାସତ୍ୟ ଜାଣିଥିଲେ ହେଁ କଲେଜ ପରିଚାଳନା କମିଟିର ସଭାପତି ଥିବା ଉପଜିଲାପାଳଙ୍କୁ ଜଣାଇ ନଥିଲେ।

ଏହି ଘଟଣାରେ ଜଡ଼ିତ ଗଣିତ ଅଧ୍ୟାପକ ମହାନ୍ତି ନିଜର ଭୁଲ ସ୍ୱୀକାର କରି ଆପୋଷ ବୁଝାମଣା ଅଥବା ଚାପ ପ୍ରୟୋଗ କରି କଲେଜ ମଧ୍ୟରେ ଘଟଣାକୁ ଚପାଇ ଦେଇଥିଲେ ।

ଏହି ଘଟଣା ଗଣମାଧ୍ୟମ ଜରିଆରେ ପଦାକୁ ଆସିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଆସିବା ପରେ ଜିଲ୍ଲାପାଳ ଆକ୍ସନ ମୁଡ୍‌କୁ ଆସିଥିଲେ।

ଗତକାଲି ଉଭୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେହେରା ଓ ଗଣିତ ଅଧ୍ୟାପକ ଶାଶ୍ୱତ ମହାନ୍ତିଙ୍କୁ ନିଲମ୍ବନ କରାଯାଇଥିଲା। ଏହି ଘଟଣାରେ ଉପଜିଲାପାଳ ଜଗତସିଂହପୁର ଥାନାରେ ଜିରୋ ଏଫଆଇଆର କରିବା ପରେ ଏତଲାକୁ ଜଗତସିଂହପୁର ଥାନାରୁ ରଘୁନାଥପୁର ଥାନାକୁ ପଠାଇ ଦିଆଯାଇଥିଲା। ରଘୁନାଥପୁର ଥାନା ପକ୍ଷରୁ ଉପଜିଲାପାଳଙ୍କ ଏତଲାକୁ ଭିତ୍ତି କରି ପୋକ୍ସୋ ଆଇନ ଅନୁସାରେ ମାମଲା କରି ତଦନ୍ତ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଫେରାର ହୋଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି।

Sexual Harassment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe