Advertisment

ରାମ ନବମୀ ପାଇଁ ଚାଲିଥିଲା ନାମଯଜ୍ଞ, ଫୁଟିଲା ଗୁଳି

ରାମ ନବମୀ ପାଇଁ ଚାଲିଥିଲା ନାମଯଜ୍ଞ । ଏହି ସମୟରେ ନାମଯଜ୍ଞ ଦେଖିବାକୁ ଆସି ପହଞ୍ଚିଲେ ଦୁଇ ଯୁବକ । କିଛି ସମୟ ପରେ ସେମାନେ ଜଣେ ଗ୍ରାମବାସୀଙ୍କୁ ଟାର୍ଗେଟ କରି ଫୁଟାଇଲେ ଗୁଳି।

Programme

Programme

Advertisment

ରାମ ନବମୀ ପାଇଁ ଚାଲିଥିଲା ନାମଯଜ୍ଞ । ମନ୍ତ୍ର ଧ୍ୱନୀରେ ଫାଟି ପଡ଼ୁଥିଲା ଆଖପାଖ ଅଞ୍ଚଳ । ଏହି ସମୟରେ ନାମଯଜ୍ଞ ଦେଖିବାକୁ ଆସି ପହଞ୍ଚିଲେ ଦୁଇ ଯୁବକ । କିଛି ସମୟ ପରେ ସୁଯୋଗ ଦେଖି ସେମାନେ ଜଣେ ଗ୍ରାମବାସୀଙ୍କୁ ଟାର୍ଗେଟ କରି ଫୁଟାଇଲେ ଗୁଳି। ଏଥିରେ ଗ୍ରାମବାସୀଜଣକ ଗୁରୁତର ହୋଇଥିବା ଜଣାଯାଇଛି।

Advertisment

ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ପିପଲପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ଗୁରୁତର ବ୍ୟକ୍ତିଜଣକ ବିଶ୍ୱାମିତ୍ର ଜାନି ବୋଲି ଜଣାଯାଇଛି।

ଗତ ରାତିରେ ପିପଲପାଲି ଗାଁରେ ରାମ ନବମୀ ପାଇଁ ନାମଯଜ୍ଞ ଚାଲିଥିଲା। ରାତି ପ୍ରାୟ ୧୧ଟା ପାଖାପାଖି ସମୟରେ ପାଖ ଗାଁର ଦୁଇ ଯୁବକ ସେଠାରେ ପହଞ୍ଚିଥିଲେ। କିଛି ସମୟ ପରେ ହଠାତ୍‌ ସେମାନେ ବିଶ୍ୱାମିତ୍ରଙ୍କୁ ଟାର୍ଗେଟ କରି ଗୁଳି ଫୁଟାଇଥିଲେ।

Advertisment

ଏହି ଗୁଳି ମାଡ଼ରେ ବିଶ୍ୱାମିତ୍ର ତଳେ ଟଳି ପଡ଼ିଥିବା ବେଳେ ଉଭୟ ଯୁବକ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କଲେ। ମାତ୍ର ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାକୁ ଗ୍ରାମବାସୀ ସଫଳ ହୋଇଥିବା ବେଳେ ଆଉ ଜଣେ ଫେରାର ହୋଇ ଯାଇଛନ୍ତି।

ବିଶ୍ୱାମିତ୍ରଙ୍କୁ ପରିବାର ଲୋକେ ତୁରନ୍ତ କଣ୍ଟାମାଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋନପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ପୁଲିସ୍‌ ପହଞ୍ଚି ଅଟକ ଥିବା ଅଭିଯୁକ୍ତଙ୍କୁ ଥାନାକୁ ଆଣିଛି। ଏଥିସହ ଏହି ଗୁଳିମାଡ଼ର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି।

Boudh Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe