Advertisment

ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ୩ ଆହତ

ରାଜଗାଙ୍ଗପୁରସ୍ଥିତ ICICI ବ୍ୟାଙ୍କର କର୍ମଚାରୀ  ଆଜି ସକାଳେ ରାଉରକେଲାସ୍ଥିତି ମୁଖ୍ୟ କାର୍ଯ୍ୟାଳୟକୁ ଟଙ୍କା ନେଉଥିଲେ।

Injured Person

Injured Person

Advertisment

ଅସାବଧାନତାବଶତଃ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି। ଫଳରେ ରାସ୍ତାରେ ଯାଉଥିବା ୩ ସାଧାରଣ ଲୋକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏପରି ଏକ ଘଟଣା ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଘଟିଛି।

Advertisment

ରାଜଗାଙ୍ଗପୁରସ୍ଥିତ ICICI ବ୍ୟାଙ୍କର କର୍ମଚାରୀ  ଆଜି ସକାଳେ ରାଉରକେଲାସ୍ଥିତି ମୁଖ୍ୟ କାର୍ଯ୍ୟାଳୟକୁ ଟଙ୍କା ନେଉଥିଲେ। ଏହି ସମୟରେ ଟଙ୍କାକୁ ଗାଡ଼ିରେ ଲୋଡ କରାଯାଉଥିବା ବେଳେ ପାଖରେ ସୁରକ୍ଷା କର୍ମୀଜଣକ ଛିଡ଼ା ହୋଇଥିଲେ।

ମାତ୍ର ହଠାତ୍‌ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟିବାକୁ ଲାଗିଲା। ଏହି ଗୁଳିଗୁଡ଼ିକ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଠେଲା ଗାଡ଼ି ମାଲିକ, ଜଣେ ମହିଳା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ବାଜିଥିଲା। ତୁରନ୍ତ ସେମାନଙ୍କୁ ରାଜରାଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଶରୀରରୁ ଗୁଳି ବାହାର କରାଯାଇଥିବା ଜଣାଯାଇଛି। ଏହାପରେ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ରାଉରକେଲା ପଠାଯିବ ବୋଲି ଜଣାଯାଇଛି।

Advertisment

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଆସି ପହଞ୍ଚିବ ବୋଲି ଜଣାଯାଇଛି। ଉକ୍ତ ସୁରକ୍ଷାକର୍ମୀଙ୍କୁ ଥାନାରେ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। ସୁରକ୍ଷା କର୍ମୀଜଣକ ଏକ ଘରୋଇ ସଂସ୍ଥାର କର୍ମଚାରୀ ହୋଇଥିବା ବେଳେ ତାଙ୍କର ବନ୍ଧୁକ ଲାଇସେନ୍ସ ଅଛି କି ନାହିଁ ପୁଲିସ୍‌ ତାହାର ବି ତଦନ୍ତ କରୁଛି।

Sundargarh Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe