Advertisment

ବଟି ନ ଦେବାରୁ ଟ୍ରାକ୍ଟର ଡ୍ରାଇଭରଙ୍କୁ ଗୁଳିମାଡ଼

ବିଶ୍ୱଜିତଙ୍କ ପେଟରେ ଗୁଳି ବାଜି ଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତର କହିଛନ୍ତି।

Firing

Firing

Advertisment

ଦାଦା ବଟିକୁ କେନ୍ଦ୍ର କରି ଫୁଟିଛି ଗୁଳି। ବଟି ନ ଦେବାରୁ ଟ୍ରାକ୍ଟର ଟ୍ରାଇଭରଙ୍କୁ ଗୁଳିମାଡ଼। ରାସ୍ତା କଡ଼ରେ ମାଟି ପକାଉଥିବା ବେଳେ ଟ୍ରାକ୍ଟର ଡ୍ରାଇଭରଙ୍କୁ କିଛି ଯୁବକ ବଟି ମାଗି ଥିଲେ।

Advertisment

ସେ ବଟି ନଦେବାରୁ ସେମାନଙ୍କ ମଧ୍ୟରୁ ଜଣେ ଗୁଳି ମାଡ଼ କରିଥିଲେ। ଆଠଗଡ଼ ଥାନା ଅନ୍ତର୍ଗତ ମହିଧରପୁର ଗାଁରେ ଏପରି ଘଟଣା ଘଟିଛି। ଅଭିଯୁକ୍ତ ଓ ପୀଡ଼ିତ ମହିଧରପୁର ଗାଁର।

ଆଜି ଅପରାହ୍ନ ୫ଟାରେ ମହିଧରପୁର ଗାଁର ବିଶ୍ଵଜିତ ପଲେଇ ଟ୍ରାକ୍ଟର ନେଇ ଯାଉଥିଲେ। ସେ ରାସ୍ତା କଡ଼ରେ ଏହାକୁ ରଖିବା ସହ ସେଠାରେ ମାଟି ପକାଉଥିଲେ। ଏତିକି ବେଳେ ସେହି ଗାଁର ଦିଲୁ ପଳେଇଙ୍କ ସମେତ ୩ରୁ ୪ ଜଣ ଯୁବକ ତାଙ୍କ ପାଖରେ ପହଞ୍ଚିଥିଲେ। ସେମାନେ ବଟି ଦେବାକୁ କହିଥିଲେ।

Advertisment

ସେ ଟଙ୍କା ଦେବାକୁ ମନା କରିବାରୁ ଯୁବକମାନେ ବିଶ୍ୱଜିତଙ୍କୁ ମାଡ଼ ମାରିଥିଲେ। ଏହାପରେ ଜଣେ ଯୁବକ ହଠାତ୍ ବିଶ୍ୱଜିତଙ୍କ ଉପରକୁ ଗୁଳି କରି ଫେରାର ହୋଇ ଯାଇଥିଲେ। ବିଶ୍ୱଜିତଙ୍କୁ ପ୍ରଥମେ ଆଠଗଡ଼ ମେଡିକାଲକୁ ଅଣା ଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବିଶ୍ୱଜିତଙ୍କ ପେଟରେ ଗୁଳି ବାଜି ଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତର କହିଛନ୍ତି।

Odisha Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe