Advertisment

ବାଲେଶ୍ୱରରେ ଫୁଟିଲା ଗୁଳି

ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ପୁଲିସ୍ କରୁଛି ତଦନ୍ତ।

author-image
Jitendra Garnayak
Firing

Firing

ବାଲେଶ୍ଵର ସହରର ଶୋଭାରମପୁରରେ ଜଣେ ଯୁବକକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଆହତ ଯୁବକଙ୍କ ନାଁ ବିନୟ କୁମାର।

Advertisment

ଆଜି ଅପରାହ୍ନରେ ସେ ଶୋଭାରମପୁରର ଅନ୍ଧାରୀ ମଙ୍ଗଳା ଠାକୁରାଣୀ ଗଳିରେ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳି ବିନୟଙ୍କ ଡାହାଣ ହାତରେ ବାଜିଥିଲା। ତାଙ୍କୁ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିନୟଙ୍କୁ ବିଳମ୍ବରେ ଡାକ୍ତରଖାନା ଅଣାଯାଇଥିବା ନେଇ ଜଣାପଡ଼ିଛି। ତେବେ ତା’ର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ସହଦେବଖୁଣ୍ଟା ଥାନା ଅଧିକାରୀ ହସ୍ପିଟାଲରେ ପହଞ୍ଚି ଘଟଣା ସଂପର୍କରେ ବିନୟଙ୍କୁ ପଚରାଉଚରା କରିଛନ୍ତି।

Advertisment

କିଏ ଓ କାହିଁକି ତାଙ୍କୁ ଗୁଳିମାଡ଼ କଲା ସେ ନେଇ ପୁଲିସର ତନାଘନା ଜାରି ରହିଛି। ପୂର୍ବଶତ୍ରୁତା ଓ ଦାଦବଟି ଆଦାୟକୁ ନେଇ ଏହା ଘଟଣା ଘଟିଥିବା ଆଶଙ୍କା କରାଯାଉଛି।

Firing