Advertisment

କାଉନସିଲରଙ୍କ ଭାଇକୁ ମିଳିଥିଲା ଧମକ, ପରେ ଘରେ ପଶି ପିଟିଲେ ଦୁର୍ବୃତ୍ତ

ଦୁଇ ଦିନ ତଳେ କାଉନସିଲରଙ୍କ ସାନ ଭାଇଙ୍କୁ ଜୀବନରୁ ମାରିଦେବାକୁ ଫୋନ୍‌ରେ ମିଳିଥିଲା ଧମକ।

ଅଦ୍ୟତନ ହୋଇଛି
Gun Firing

Gun Firing

Advertisment

ଦୁଇ ଦିନ ତଳେ କାଉନସିଲରଙ୍କ ସାନ ଭାଇଙ୍କୁ ଜୀବନରୁ ମାରିଦେବାକୁ ଫୋନ୍‌ରେ ମିଳିଥିଲା ଧମକ। ଗତକାଲି ରାତିରେ ଦୁର୍ବୃତ୍ତମାନେ କାଉନସିଲରଙ୍କ ଘରେ ପଶି ଫାଙ୍କା ଗୁଳିଚାଳନା କରିବା ସହ ତାଙ୍କ ସାନ ଭାଇଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ। ଏନେଇ ଖଲ୍ଲିକୋଟ ଏନ୍‌ଏସିର ତୋଟା ଗାଁର ୧୧ ନମ୍ବର କାଉନସିଲର ନାରାୟଣ ବାରିକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଦୁଇ ଦିନ ତଳେ କାଉନସିଲରଙ୍କ ସାନ ଭାଇଙ୍କୁ ଦୁ‍ର୍ବୃତ୍ତମାନେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ କାଉନସିଲର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାର ୨ ଦିନ ପରେ ତଥା ଗତକାଲି ରାତିରେ ୪ ଜଣ ଦୁର୍ବୃତ୍ତ କାଉନସିଲରଙ୍କ ଘରେ ପଶି ଫାଙ୍କା ଗୁଳିଚାଳନା କରି ଥିଲେ। ପରେ କାଉନସିଲରଙ୍କ ସାନ ଭାଇଙ୍କୁ ମାଡ଼ ମାରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ପରେ ଦୁର୍ବୃତ୍ତମାନେ ତୋଟା ଗାଁ ଛକରେ ଥିବା କାଉନସିଲରଙ୍କ ଗ୍ରୋସରୀ ଦୋକାନ ନିକଟରେ ଦୁଇ ରାଉଣ୍ଡ ଫାଙ୍କା ଗୁଳି କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଗୁଳିମାଡ଼ ଓ ମାରପିଟ ହୋଇଥିବା କୁହାଯାଉଛି। ଖଲ୍ଲିକୋଟ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Ganjam Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe