Advertisment

ଫାଷ୍ଟ ଫୁଡ ଦୋକାନୀଙ୍କୁ ଗୁଳି ମାଡ଼, ଦୁର୍ବୃତ୍ତ ଫେରାର

ଆଖି ପିଛୁଳାକେ ଜଣେ ଦୁର୍ବୃତ୍ତ ଆସି ତାଙ୍କୁ ଫାୟାରିଂ କରି ଫେରାର ହୋଇଗଲା।

undefined

Firing

Advertisment

ରାତିରେ ବଜାରରେ ଲୋକଙ୍କ ଗହଳି ଥିଲା। ଏହି ସମୟରେ ନିଜ ଦୋକାନରେ ଫାଷ୍ଟ ଫୁଡ ବିକୁଥିଲେ ଜଣେ ଯୁବକ । ମାତ୍ର ଆଖି ପିଛୁଳାକେ ଜଣେ ଦୁର୍ବୃତ୍ତ ଆସି ତାଙ୍କୁ ଫାୟାରିଂ କରି ଫେରାର ହୋଇଗଲା।

Advertisment

ଏପରି ଚକିତ କରିବା ପରି ଘଟଣା ଗତ ରାତିରେ ନୂଆପଡା ସିନାପାଲି କାପଶି ଛକରେ ଘଟିଛି। ଗୁଳି ମାଡ଼ର ଶିକାର ହୋଇଥିବା ଯୁବକଜଣକ ହେଲେ ନୀଳାମ୍ବର ମେହେର।

ନୀଳାମ୍ବର ଗତ ରାତିରେ କାପଶି ଛକରେ ଥିବା ନିଜ ଫାଷ୍ଟ ଫୁଡ ଦୋକାନରେ ଥିଲେ। ରାତି ପ୍ରାୟ ୯ଟା ବେଳକୁ ଏକ ବାଇକ୍‌ରେ ଜଣେ ଅଜଣା ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାଶୁଣି ସମସ୍ତେ ଦୌଡ଼ି ଆସିଥିବା ବେଳେ ଦୁର୍ବୃତ୍ତଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

Advertisment

ତୁରନ୍ତ ଆହତ ନୀଳାମ୍ବରଙ୍କୁ ପ୍ରଥମେ ସିନାପାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଗୁଳିଟି ଯୁବକଙ୍କ ପେଟରେ ବାଜି ବାହାରି ଯାଇଛି l

ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି। ତେବେ ଦୁର୍ବୃତ୍ତଙ୍କ ପତ୍ତା ମିଳି ପାରି ନ ଥିବା ଜଣାଯାଇଛି।

Nuapada Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe