Advertisment

ହାତୀ ଦାନ୍ତ ମାଫିଆଙ୍କୁ ଧରିବାକୁ ଯାଇଥିଲେ ବନ କର୍ମଚାରୀ, ଫୁଟିଲା ଗୁଳି

ହାତୀ ଦାନ୍ତ ଡିଲ୍‌ରେ ସାମିଲ ମାଫିଆଙ୍କୁ ଧରିବାକୁ ବନ କର୍ମଚାରୀ ଯାଇଥିବା ବେଳେ ଅତର୍କିତ ଭାବେ ଫୁଟିଲା ଗୁଳି। ଏହି ଆକ୍ରମଣରେ ବନ ବିଭାଗ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।

Firing

Firing

Advertisment

ହାତୀ ଦାନ୍ତ ଡିଲ୍‌ରେ ସାମିଲ ମାଫିଆଙ୍କୁ ଧରିବାକୁ ବନ କର୍ମଚାରୀ ଯାଇଥିବା ବେଳେ ଅତର୍କିତ ଭାବେ ଫୁଟିଲା ଗୁଳି। ଏହି ଆକ୍ରମଣରେ ବନ ବିଭାଗ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ କୌଣସି କର୍ମଚାରୀ ଆହତ ହୋଇ ନ ଥିବା ଜଣାଯାଇଛି। ଏପରି ଏକ ଘଟଣା ରାୟଗଡ଼ା ଜିଲ୍ଲା ମୁନିଗୁଡା ରେଞ୍ଜ ଅଧୀନରେ ଘଟିଛି।

Advertisment

ରାୟଗଡ଼ା ବନଖଣ୍ଡ ମୁନିଗୁଡା ରେଞ୍ଜ ମାଲିମୁଣ୍ଡା ଓ ଜାରପା ଗ୍ରାମର କିଛି ମାଫିଆ ହାତୀ ଦାନ୍ତ ବେପାର ପାଇଁ ଛତିଶଗଡ଼ର କିଛି ମାଫିଆଙ୍କ ସହ ଯୋଗାଯୋଗ କରିଥିଲେ। ଛତିଶଗଡ଼ର ବନ ବିଭାଗ ଟିମ୍‌ ମାଫିଆଙ୍କ ପିଛା କରିବା ସହ ରାୟଗଡ଼ା ଜିଲ୍ଲା ବନ ବିଭାଗକୁ ଖବର ଦେଇଥିଲା।

ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡା ରେଞ୍ଜରଙ୍କ ସମେତ ଅମ୍ୱାଦଳା ଓ ମୁନିଗୁଡା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଦାନ୍ତ ବେପାର ବେଳେ ହାତୀ ଦାନ୍ତ ସହ ୫ ଜଣ ମାଫିଆଙ୍କୁ କାବୁ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

Advertisment

ତେବେ ମାଫିଆମାନଙ୍କ ସହିତ ଆଉ କିଏ କିଏ ସାମିଲ ହୋଇଛନ୍ତି ସେମାନଙ୍କୁ ଖୋଜିବା ପାଇଁ ବନ ବିଭାଗ ଅଧିକାରୀଙ୍କ ସହ କର୍ମଚାରୀମାନେ ମୁନିଗୁଡା ରେଞ୍ଜ ଶିବପଦର ପଞ୍ଚାୟତ ଯାରପା ଗ୍ରାମରେ ପହଞ୍ଚିଥିଲେ। ସେଠାରେ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ବନ ବିଭାଗ ଗାଡି ଉପରକୁ ୪ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଏହି ଗୁଳି ମାଡ଼ରେ ବନ ବିଭାଗ ଗାଡ଼ିର କାଚରେ ଗୁଳି ମାଡ଼ର ଚିହ୍ନ ରହିଛି। ତେବେ ନିଜ ଜୀବନ ବଞ୍ଚାଇ ବନ ବିଭାଗ କର୍ମଚାରୀମାନେ ସେଠାରୁ ଚାଲି ଆସିଥିବା ବିଶେଷ ସୂତ୍ରରୁ ଜଣାପଡିଛି।

Rayagada Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe