Bus
କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ନିକଟରେ ଏକ ସରକାରୀ ବସ୍ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ କେହି ହତାହତ ହୋଇନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।
ଗତକାଲି ରାତିରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ଏହି ଏସି ଡିଲକ୍ସ ବସ୍ଟି ମାଲକାନଗିରି ଜିଲ୍ଲା ବାଲିମେଳାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବୈପାରୀଗୁଡ଼ା ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଏହା ଉପରକୁ ଗୁଳି ମାଡ଼ ହୋଇଥିଲା। ଗୁଳି ବସ୍ର ଗୋଟିଏ ପାର୍ଶ୍ୱର ଝରକାରେ ବାଜିଥିଲେ। ପ୍ରଥମେ ଯାତ୍ରୀମାନେ ଭାବିଲେ ଯେ କେହି ପଥର ମାଡ଼ କରିଛି। କିନ୍ତୁ ପରେ ଜାଣିଲେ ଯେ ଗୁଳିମାଡ଼ ହୋଇଛି। ବସ୍ରେ ଝରକାରେ ଛିଦ୍ର ହୋଇଥିଲା। ଏହା ପରେ ଘଟଣା ସଂପର୍କରେ ବୈପାରୀଗୁଡ଼ା ପୁଲିସକୁ ଖବର ଦିଆଯାଇଥିଲା।
କିଏ ଓ କାହିଁକି ଗୁଳି ଚଳାଇଲା, ତାହା ଜଣାପଡ଼ି ନାହିଁ। କେହି ବ୍ୟକ୍ତିଗତ ଆକ୍ରୋଶ ରଖି କାହାକୁ ଟାର୍ଗେଟ କରି ଗୁଳି କରିଥିଲେ ନା ଆଉ କିଛି କାରଣ ରହିଛି, ତାହା ଜଣାପଡ଼ିନି। କେହି କେହି ଏହା ନକ୍ସଲଙ୍କ କାମ ହୋଇଥାଇପାରେ ବୋଲି କହୁଛନ୍ତି। ଗୁଳିମାଡ଼ର କାରଣ ବିଷୟରେ କିଛି ଜଣାପଡ଼ି ନଥିବା ବେଳେ ପୁଲିସ ତା’ର ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bus_1684463290.jpg)