/odisha-reporter/media/post_attachments/uploadimage/library/16_9/16_9_0/Bihar_1702136405.jpg)
Bihar
ବିଚ୍ ରାସ୍ତାରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଛି। ଅଭିଯୁକ୍ତ ପ୍ରଥମେ ଯୁବକଙ୍କ ଆଖିକୁ ଲକ୍ଷ୍ୟ କରି ଲଙ୍କା ଗୁଣ୍ଡ ମାଡ଼ କରିଥିଲା। ସେ ତଳେ ପଡ଼ି ଯିବାରୁ ତାଙ୍କୁ ବାରମ୍ବାର ଛୁରୀ ଭୁଷି ହତ୍ୟା କରିଛି। ବିହାରରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।
ବାରାଣସୀରେ ରହି ପାଠପଢ଼ୁଥିବା ରାହୁଲ କୁମାର ଛଟ ପୂଜା ପାଇଁ ନିଜ ଘର ବିହାର ଆସିଥିଲେ। ଘଟଣା ଦିନ ଜଣେ କେହି ଜଣେ ରାହୁଲ କୁମାରଙ୍କୁ ଫୋନ କରି କେଏଲଏସ କଲେଜ ନିକଟକୁ ଡାକିଥିଲା। ସେ କଲେଜ ନିତକଟରେ ପହଞ୍ଚିବା ପରେ ତାଙ୍କୁ ହତ୍ୟା କରାଯାଇଛି। ତେବେ କ’ଣ ପାଇଁ ରାହୁଲଙ୍କୁ ହତ୍ୟା କରାଗଲା, ସେକଥା ଏଯାଏ ଜଣାପଡ଼ିନି।
ସବ ଡିଭିଜନାଲ ପୁଲିସ ଅଫିସର ଅଜୟ ପ୍ରସାଦ କହିଛନ୍ତି, “ରାହୁଲ କୁମାରଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ହତ୍ୟା କରିଛନ୍ତି। ହତ୍ୟାକାରୀଙ୍କ ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ ହେବ। କିନ୍ତୁ ଏଯାଏ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ। ରାହୁଲଙ୍କ କ୍ଷତାକ୍ତ ମୃତଦେହ କଲେଜ ନିକଟରେ ପଡ଼ିଥିବା ଦେଖି ଜଣେ ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ।
ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଯୁବକଙ୍କ ମୃତ୍ୟୁ ହୋଇ ସାରିଥିଲା। ମୃତଦେହ ନିକଟରେ ପଡ଼ିଥିବା ମୋବାଇଲ ଫୋନରୁ ଯୁବକଙ୍କ ପରିଚୟ ମିଳିଥିଲା। ଏବେ ଅଭିଯୁକ୍ତକୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି।”
ରାହୁଲଙ୍କ ବାପା ହେଉଛନ୍ତି ବାସୁଦେବ ପ୍ରସାଦ। ମା’ ଜଣେ କନଷ୍ଟେବଲ। ସେ ମୁଙ୍ଗେର ଜେଲରେ କାମ କରନ୍ତି। ତେବେ ମୃତଦେହକୁ ଆମ୍ବୁଲାନ୍ସ କିମ୍ବା ପୁଲିସ୍ ଗାଡ଼ି ବଦଳରେ ଇ-ରିକ୍ସାରେ ନିଆଯାଉଇଥିବା ବେଳର ଏକାଧିକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
