Advertisment

ଅସହ୍ୟ ହେଲା ଋଣ ଭାର, ଝୁଲି ପଡ଼ିଲେ ମାଛ ବ୍ୟବସାୟୀ

ଠିକ ଭାବେ ବେପାର ନ ହେବାରୁ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟ ସାଧ୍ୟ ହୋଇ ପଡ଼ିଥିଲା। ଏଥିପାଇଁ ସେ ବିଭିନ୍ନ ଘରୋଇ ଅର୍ଥ ଲଗାଣ କାରୀ ସଂସ୍ଥା ଓ ସାହି ପଡ଼ୋଶୀଙ୍କ ଠାରୁ ଟଙ୍କା ଧାର ଆଣିଥିଲେ।

Odisha

Odisha

Advertisment

ଋଣ ଭାର ଅସହ୍ୟ ହେବାରୁ ଜୀବନ ହାରିଛନ୍ତି ଜଣେ ମାଚ୍ଛ ବ୍ୟବସାୟୀ। ସେ ବେକରରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ବ୍ୟବସାୟୀ ଜଣଙ୍କ ହେଲେ ଦଶପଲ୍ଲା ଥାନା ବାରପୁରିକିୟା ଗାଁର ରାଜକିଶୋର ବେହେରା। ସେ ମାଛ ବ୍ୟବସାୟୀ କରି ନିଜ ପରିବାର ଚଳାଉଥିଲେ।

Advertisment

ହେଲେ ଠିକ ଭାବେ ବେପାର ନ ହେବାରୁ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟ ସାଧ୍ୟ ହୋଇ ପଡ଼ିଥିଲା। ଏଥିପାଇଁ ସେ ବିଭିନ୍ନ ଘରୋଇ ଅର୍ଥ ଲଗାଣ କାରୀ ସଂସ୍ଥା ଓ ସାହି ପଡ଼ୋଶୀଙ୍କ ଠାରୁ ଟଙ୍କା ଧାର ଆଣିଥିଲେ।

ମାଛ ବ୍ୟବସାୟୀ କରି ସେ ଟଙ୍କା ଶୁଝି ଦେବେ ବୋଲି ଆଶା ମଧ୍ୟ କରିଥିଲେ। କିନ୍ତୁ ଋଣ ଟଙ୍କା ଲଗାଇ ବେପାର ବଢ଼ାଇଥିଲେ ମଧ୍ୟ କିଛି ବି ଲାଭ ହୋଇ ନଥିଲା। ଫଳରେ ଋଣ ଭାର ତାଙ୍କ ଉପରେ ବଢ଼ି ଚାଲିଥିଲା।

Advertisment

ଏହାକୁ ନେଇ ପରିବାର ମଧ୍ୟରେ ପ୍ରାୟ ସମୟ ଝଗଡ଼ା ମଧ୍ୟ ହେଉଥିଲା। କିନ୍ତୁ ଶନିବାର ଧାର ଟଙ୍କାକୁ ନେଇ ପରିବାର ମଧ୍ୟରେ ଜୋରଦାର ବଚସା ହୋଇଥିଲା। ଏଥିରେ ମର୍ମାହତ ଓ ଋଣ ଭାରର ଚାପ ସହି ନ ପାରି ରାଜକିଶୋର ବେକରେ ରଶି ଲଗାଇ ଝୁଲି ପଡ଼ିଥିବା ପୁଲିସ୍‌ କହିଛି।

ଆଜି ସକାଳେ ଦଶପଲ୍ଲା ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ରାଜକିଶୋରଙ୍କ ଝୁଲନ୍ତା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Nayagarh Sucide Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe