Advertisment

ସାଙ୍ଗଙ୍କୁ ମାରିବାକୁ ରଚିଥିଲେ ଷଡ଼ଯନ୍ତ୍ର, ପିସ୍ତଲ ବାହାର କଲା ବେଳେ ପହଞ୍ଚିଗଲା ପୁଲିସ

କାର ଯୋଗେ ଅନ୍ୟ ୪ ଅଭିଯୁକ୍ତଙ୍କ ସହିତ ଭଞ୍ଜନଗର ଆସିଥିଲେ ଆଶୁତୋଷ। ସେଠାରୁ ସେ ସୋମନାଥଙ୍କୁ ଫୋନ୍ କରି ଜାମପଲି ଗାଁ ନିକଟକୁ ଡାକିଥିଲେ।

ଅଦ୍ୟତନ ହୋଇଛି
Accused

Accused

Advertisment

ସାଙ୍ଗକୁ ମାରିବାକୁ ରଚିଥିଲେ ଷଡ଼ଯନ୍ତ୍ର। ଛୁରୀରେ କରିଥିଲେ ଆକ୍ରମଣ। ପିସ୍ତଲ କାଢ଼ି ଗୁଳି ଫୁଟାଇବାକୁ ଯାଉଥିବା ବେଳେ ପହଞ୍ଚିଯାଇଥିଲା ପୁଲିସ। ବଞ୍ଚିଯାଇଥିଲା ଏକ ଅମୂଲ୍ୟ ଜୀବନ। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଜାମପଲ୍ଲୀ ଗାଁ ନିକଟ ଝାଂକରେଇ ମନ୍ଦିର ନିକଟରେ।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳର ସନ୍ତୋଷ ପରିଡ଼ା, ଶକ୍ତିକାନ୍ତ ପରିଡା, ସୁରେଶ ପରିଡ଼ା, ସୁମନ୍ତ ଭଟ୍ଟ ଓ ଆଶୁତୋଷ ବାରିକ। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ତିନିଟି ଗୁଳି, ଗୋଟିଏ ଛୁରୀ ଓ ଗୋଟିଏ କାର ଜବତ କରିଛି ପୁଲିସ।

ଏହି ଅଭିଯୁକ୍ତମାନେ ସୋମନାଥ ନାମକ ଜଣେ ଯୁବକଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସୋମନାଥ ହେଉଛନ୍ତି ଆଶୁତୋଷ ବାରିକଙ୍କ ସାଙ୍ଗ। ଦୁହେଁ ବୋଲଗଡ଼ରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ କାମ କରୁଥିଲେ। ସେଠାରେ ସୋମନାଥ ଘରଟିଏ ଭଡ଼ା ନେଇଥିବା ବେଳେ ଆଶୁତୋଷ ତାଙ୍କ ସହିତ ରହୁଥିଲେ।

Advertisment

ଦୁଇ ମାସ ତଳେ ସୋମନାଥଙ୍କର ଭଞ୍ଜନଗର ନିକଟ ଗୋବରା ଶାଖାକୁ ବଦଳି ହୋଇଥିଲା। ସେଠାକୁ ଗଲା ବେଳେ ସେ ଭଡ଼ା ଘରର ଚାବି ବନ୍ଧୁ ଆଶୁତୋଷ ବାରିକଙ୍କୁ ଦେଇଥିଲେ।

ଆଶୁତୋଷ ସେହି ଘରେ ରହୁଥିବା ବେଳେ ଅନେକ ସମୟରେ ଜଣେ ଯୁବତୀଙ୍କୁ ଆଣି ପାଖରେ ରଖୁଥିଲେ। ଏହା ଘର ମାଲିକଙ୍କୁ ଭଲ ଲାଗି ନଥିଲା। ତେଣୁ ସେ ସୋମନାଥଙ୍କୁ ଫୋନ୍ କରି ଘର ଖାଲି କରିବାକୁ କହିଥିଲେ। ଏହା ପରେ ଆଶୁତୋଷଙ୍କୁ ଫୋନ୍‌ କରି ଘର ଖାଲି କରିବାକୁ କହିଥିଲେ ସୋମନାଥ। ଏହି କଥାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା।

ଏହି ଘଟଣାକୁ ନେଇ ସୋମନାଥଙ୍କ ଉପରେ ଆଶୁତୋଷ ଏତେ ରାଗି ଯାଇଥିଲେ ଯେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ସୋମନାଥ ତାଙ୍କୁ ଘର ଖାଲି କରିବାକୁ କହିବାର ପ୍ରାୟ ୨ ମାସ ପରେ ଚାରି ଜଣ ସାଙ୍ଗକୁ ଡାକି ସୋମନାଥଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଆଶୁତୋଷ।

କାର ଯୋଗେ ଅନ୍ୟ ୪ ଅଭିଯୁକ୍ତଙ୍କ ସହିତ ଭଞ୍ଜନଗର ଆସିଥିଲେ ଆଶୁତୋଷ। ସେଠାରୁ ସେ ସୋମନାଥଙ୍କୁ ଫୋନ୍ କରି ଜାମପଲି ଗାଁ ନିକଟକୁ ଡାକିଥିଲେ। ସୋମନାଥ ସେଠାରେ ପହଞ୍ଚିବା କ୍ଷଣି ସେ ପ୍ରଥମେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ପରେ ପିସ୍ତଲ ବାହାର କରିବା ବେଳେ ପାଟ୍ରୋଲିଂ ପୁଲିସ ଆସି ସେଠାରେ ପହଞ୍ଚି ଯାଇଥିଲା। ପୁଲିସ୍‌କୁ ଦେଖି ଅଭିଯୁକ୍ତମାନେ ସେଠାରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ୍‌ ସେମାନଙ୍କୁ ସମସ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ଭଞ୍ଜନଗର ପୁଲିସ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe