Advertisment

ଇନଷ୍ଟାଗ୍ରାମରେ ଯୁବତୀଙ୍କ ଫଟୋ ପୋଷ୍ଟକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ; ପୁଲିସ୍ ଉପରକୁ ପଥର ମାଡ଼

ଇନଷ୍ଟାଗ୍ରାମରେ ଜଣେ ଯୁବତୀଙ୍କ ଫଟୋ ପୋଷ୍ଟ କରିବାକୁ ନେଇ ଆରମ୍ଭ ହେଲା ମହାଭାରତ । ପିଟାପିଟି ହେଲେ ଦୁଇ ଗୋଷ୍ଠୀ ।

Police

Police

Advertisment

ଇନଷ୍ଟାଗ୍ରାମରେ ଜଣେ ଯୁବତୀଙ୍କ ଫଟୋ ପୋଷ୍ଟ କରିବାକୁ ନେଇ ଆରମ୍ଭ ହେଲା ମହାଭାରତ । ପିଟାପିଟି ହେଲେ ଦୁଇ ଗୋଷ୍ଠୀ । ବିବାଦର ସମାଧାନ କରିବାକୁ ଆସି ପୁଲିସ୍‌ ବି ଆକ୍ରୋଶର ଶିକାର ହେଲା। ପୁଲିସ୍‌ ଉପରକୁ ଲୋକେ ପଥର ମାଡ଼ କରିବା ସହ ୟୁନିଫର୍ମ ଚିରି ଦେଇଛନ୍ତି। ଏଥିସହ ପୁଲିସ୍‌ ଗାଡ଼ି ଭଙ୍ଗାରୁଜା କରିଦେଇଛନ୍ତି। ଏହି ମୁହାଁମୁହିଁ ପରିସ୍ଥିତିରେ ୫ ପୁଲିସ୍‌ କର୍ମୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ବିହାର ରାଜଧାନୀ ପାଟଣାରେ ଘଟିଛି।

Advertisment

ମନେର ଥାନାର ଖାସପୁର ପଞ୍ଚାୟତର ଜଣେ ଯୁବକ ଗାଁର ଜଣେ ଯୁବତୀଙ୍କ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହା ପ୍ରଚାରିତ ହେବା ପରେ ଯୁବତୀଙ୍କ ଭାଇ ସମ୍ପୃକ୍ତ ଯୁବକଙ୍କୁ ନିର୍ଧୂମ ପିଟିଥିଲେ। ଘଟଣାସ୍ଥଳରୁ ଯୁବକଜଣକ ଖସି ଆସି ଘରେ ସବୁ କଥା କହିଥିଲେ। ଏହାପରେ ପାଖପଡ଼ୋଶୀ ମିଶି ବହୁ ଲୋକ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ମାରପିଟ ହୋଇଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌କୁ ଟାର୍ଗେଟ କରିଥିଲେ। ସେମାନେ ପୁଲିସ୍‌ ଉପରକୁ ଆଖି ବୁଜା ପଥର ମାଡ଼ କରିଥିଲେ। ଏଥିସହ ପଥର ମାଡ଼ ଯୋଗୁ ପୁଲିସ୍‌ ଗାଡ଼ିର କାଚ ଭାଙ୍ଗିରୁଜି ଯାଇଛି।

Advertisment

ସୂଚନା ପାଇ ଗାଁରେ ଅଧିକ ପୁଲିସ୍‌ ଫୋର୍ସ ପଶିବା ସହ ପ୍ରାୟ ୫ ଜଣଙ୍କୁ ଗିରଫ କରିଛି।

Arrest Attack On Police Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe