Advertisment

ରାଗିଂର ଶିକାର ହେଲେ ଦଶମ ଛାତ୍ର, ୫ ସିନିୟର ସ୍କୁଲରୁ ବିଦା

୫ ସିନିୟର ଛାତ୍ରଙ୍କ ରାଗିଂର ଶିକାର ହୋଇ ଜଣେ ଦଶମ ଶ୍ରେଣୀ ଛାତ୍ର ଏବେ ହସ୍ପିଟାଲ ବେଡରେ ଛଟପଟ ହେଉଛି। ଏହି ଘଟଣାରେ ସମ୍ପୃକ୍ତ ୫ ଛାତ୍ରଙ୍କୁ ସ୍କୁଲରୁ ବିଦା କରି ଦିଅଯାଇଥିବା ବେଳେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

author-image
Niharika Rout
Ragging

Ragging

ରାଗିଂର ଶିକାର ହୋଇ ପଶ୍ଚିମବଙ୍ଗର ଯାଦବପୁର ୟୁନିଭରସିଟଇର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଥରେ ଏପରି ଘଟଣାର ପୁନରାବୃତ୍ତି ମେଘାଳୟରେ ଘଟିଛି। ୫ ସିନିୟର ଛାତ୍ରଙ୍କ ରାଗିଂର ଶିକାର ହୋଇ ଜଣେ ଦଶମ ଶ୍ରେଣୀ ଛାତ୍ର ଏବେ ହସ୍ପିଟାଲ ବେଡରେ ଛଟପଟ ହେଉଛି। ଏହି ଘଟଣାରେ ସମ୍ପୃକ୍ତ ୫ ଛାତ୍ରଙ୍କୁ ସ୍କୁଲରୁ ବିଦା କରି ଦିଅଯାଇଥିବା ବେଳେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ମେଘାଳୟର ୱିଲିୟମନଗରସ୍ଥିତ ଜବାହର ନବୋଦୟ ସ୍କୁଲରେ ଏପରି ଜଘନ୍ୟ କାଣ୍ଡ ଘଟିଛି। ସ୍କୁଲ ପ୍ରିନ୍ସିପାଲଙ୍କ ସୂଚନା ଅନୁଯାୟୀ, ଗତ ୩୧ ତାରିଖ ରାତିରେ ରାଗିଂର ଶିକାର ହୋଇଥିବା ଦଶମ ଶ୍ରେଣୀ ଛାତ୍ର ନିଜ ସାଙ୍ଗ ସହ ମୋ’ ନିକଟକୁ ଆସିଥିବା ବେଳେ ତା’ ଅବସ୍ଥା ଗୁରୁତର ଥିଲା। ତା’ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ତାକୁ ତୁରା ସିଭିଲ ହସ୍ପିଟାଲରେ ଆଡମିଟ କରିଛନ୍ତି। ସେଠାରେ ସେ ଏବେ ଚିକିତ୍ସାଧୀନ ଥିବା ଜଣାଯାଇଛି।

ଏ ଘଟଣା ନେଇ ସ୍କୁଲ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ୫ ଏକାଦଶ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରୁ ବିଦା କରି ଦିଆଯାଇଛି। ଏଥିସହ ଏହି ଘଟଣାର ମୁକସାକ୍ଷୀ ପାଲଟିଥିବା ୨୨ ଏକାଦଶ ଛାତ୍ରଙ୍କୁ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଘରକୁ ପଠାଇ ଦିଆଯାଇଛି।

Advertisment

ପୁଲିସ୍‌ ଏ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।

Ragging