Advertisment

ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ଆକ୍ରମଣ ଘଟଣାରେ ୫ ଗିରଫ

ସୁବାସଙ୍କ ଅଭିଯୋଗ, ପରାଜୟ ଆଶଙ୍କାରେ ବିଜେଡିର ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକୋଶ ରାୟ ନିଜ ସମର୍ଥକ ଓ କର୍ମୀଙ୍କୁ ଉସୁକାଇ ଏଭଳି ଆକ୍ରମଣ କରାଇଛନ୍ତି।

author-image
Jitendra Garnayak
Subash Sahu

Subash Sahu

ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ପୁଲିସ୍। ଗିରଫ ଅଭିଯୁକ୍ତମାନେ ବାଁଶଡ଼ା ଥାନା ଅନ୍ତର୍ଗତ ତୋଟାପଡ଼ା ଗାଁର। ସେମାନେ ହେଉଛନ୍ତି- ସିପ ଜେନା (୨୩), ଦୀପୁନା ଜେନା (୨୮), ରବୀନ୍ଦ୍ର ବଳ (୪୮), ବିଜୟ କୁମାର ଜେନା (୨୩) ଓ ପାପିନା ଜେନା (୩୬)।

Advertisment

ସୁବାସ ସାହୁଙ୍କ କହିବା କଥା, ଅମିତ ଶାହଙ୍କ ଗସ୍ତ ଥିବାରୁ କାର୍ଯ୍ୟକ୍ରମ ପ୍ରସ୍ତୁତିର ଅନୁଧ୍ୟାନ ପାଇଁ ଗତକାଲି ସେ ଚାନ୍ଦବାଲି ଯାଇଥିଲେ। କିନ୍ତୁ ଘଣ୍ଟେଶ୍ବର ତୋଟାପଡ଼ାରେ ଏଭଳି ଆକ୍ରମଣ କରାଯାଇଥିଲା। ଗାଡ଼ିରେ ବିଜେପି ପତାକା ଲାଗିଥିବା ଦେଖି ୪୦ରୁ ୫୦ ବ୍ୟକ୍ତି ତାଙ୍କ ଗାଡ଼ି ଉପରକୁ ଇଟା ଓ ପଥର ମାଡ଼ କରିବା ସହିତ ସହ ତାଙ୍କୁ ବିଧା-ଗୋଇଠା ମାରିଥିଲେ। ତା’ପୁଣି ପୁଲିସ ଉପସ୍ଥିତିରେ। ସେଠାରୁ ଜୀବନ ବଞ୍ଚାଇ ଥାନାକୁ ଆସି ସେ ଅଭିଯୋଗ କରିଥିଲେ।

ସୁବାସଙ୍କ ଅଭିଯୋଗ, ପରାଜୟ ଆଶଙ୍କାରେ ବିଜେଡିର ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକୋଶ ରାୟ ନିଜ ସମର୍ଥକ ଓ କର୍ମୀଙ୍କୁ ଉସୁକାଇ ଏଭଳି ଆକ୍ରମଣ କରାଇଛନ୍ତି।

Advertisment

ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ ଲୋକେ ଏହାର ବିଚାର କରିବେ। ଅନ୍ୟପକ୍ଷରେ ବ୍ୟୋମକୋଶ ରାୟ ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

Bjp Odisha Assembly Election 2024 General Elections 2024