Advertisment

କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ରାଗିଂ, ୫ ଛାତ୍ର ଗିରଫ

ରାଗିଂ ସମ୍ପର୍କରେ ଖବର ପାଇ କଲେଜ ଅଧ୍ୟକ୍ଷ ଡକ୍ତରଖାନାରେ ପହଞ୍ଚି ଉକ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ ଓ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଙ୍କ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

GCEK

GCEK

Advertisment

କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ଜଣେ ଜୁନିୟର ଛାତ୍ରଙ୍କୁ ରାଗିଂ ଅଭିଯୋଗରେ ୫ ଜଣ ସିନିୟର ଛାତ୍ରଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ। ଏହା ସହିତ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ୧ ବର୍ଷ ପାଇଁ ବାସନ୍ଦ କରିଛନ୍ତି।

Advertisment

ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କୁ ଗତକାଲି ରାତିରେ ତୃତୀୟ ବର୍ଷର ୫ ଜଣ ଛାତ୍ର ଠେଙ୍ଗା ଓ ରଡ୍‌ରେ ଆକ୍ରମଣ କରିଥିଲେ। ରାତି ପ୍ରାୟ ୨ଟା ୪୫ରେ ଏହି ଘଟଣା ଘଟିଥିଲା। ଦ୍ୱିତୀୟ ବର୍ଷର ଛାତ୍ର ଜଣଙ୍କ ହଷ୍ଟେଲରେ ତାଙ୍କ ରୁମ୍‌ରେ ଶୋଇଥିବା ବେଳେ ଏହି ୫ ଛାତ୍ର ତାଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ରୁମ୍‌ର କବାଟ ଭାଙ୍ଗି ଭିତରେ ପଶିଥିଲେ ଓ ଠେଙ୍ଗା ଏବଂ ଲୁହା ରଡ୍‌ରେ ତାଙ୍କୁ ଆକ୍ରମଣ କରିଥିଲେ। ସେ ପିନ୍ଧିଥିବା ସୁନା ମୁଦିକୁ ମଧ୍ୟ ଅଭିଯୁକ୍ତମାନେ ନେଇଯାଇଥିଲେ। ଅଚେତ ଅବସ୍ଥାରେ ପଡ଼ିଥିବା ଦ୍ୱିତୀୟ ବର୍ଷର ଛାତ୍ର ଜଣଙ୍କୁ ତାଙ୍କର ସାଙ୍ଗମାନେ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଏହି ଦ୍ୱିତୀୟ ବର୍ଷର ଛାତ୍ରଙ୍କ ବାପା କେନ୍ଦୁଝର ଟାଉନ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ଆଗରୁ ବାରମ୍ବାର ରାଗିଂ ହେଉଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ୱେ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ଅଭିଯୁକ୍ତ ଛାତ୍ରଙ୍କ ମଧ୍ୟରୁ ମୋହିତ ପାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରାଯାଇଥିଲେ ହେଁ ସେ ହଷ୍ଟେଲରେ ରହୁଥିଲେ।

Advertisment

ରାଗିଂ ସମ୍ପର୍କରେ ଖବର ପାଇ କଲେଜ ଅଧ୍ୟକ୍ଷ ଡକ୍ତରଖାନାରେ ପହଞ୍ଚି ଉକ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ ଓ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଙ୍କ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଘଟଣାକୁ ନେଇ ଆଜି କଲେଜରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲେ। ସେଥିରେ ୫ ଅଭିଯୁକ୍ତ ଛାତ୍ରଙ୍କୁ ୧ ବର୍ଷ ପାଇଁ କଲେଜରୁ ବାସନ୍ଦ କରାଯାଇଛି। ଅନ୍ୟପକ୍ଷରେ କେନ୍ଦୁଝର ଟାଉନ ଥାନା ପୁଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଛାତ୍ରମାନେ ହେଉଛନ୍ତି- ମୋହିତ ପାତ୍ର, ସାଫଲ୍ୟ ମଲ୍ଲିକ, କୁସୁମ ହାସଦା, ଶେଖର ଓ ବାବୁ ଦାଶ।

Ragging
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe