Advertisment

ଭୁବନେଶ୍ୱରରେ ମହିଳାଙ୍କୁ ହାଣି ଦେଲେ ଫୁଡ୍‌ ଡେଲିଭରି ବୟ

ପୁଲିସ ଅଭିଯୁକ୍ତ ଡେଲିଭରି ବୟକୁ ଅଟକ ରଖି ପଚରାଉଚରା କରୁଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Vinodini

Vinodini

ହାଣିଦେଲା ଫୁଡ୍‌ ଡେଲିଭରି ବୟ। ମହିଳା ଗୁରୁତର। ଘଟଣା ଘଟିଛି ଭୁବନେଶ୍ୱରର ଭରତପୁର ଥାନା ଶାମପୁର ଅଞ୍ଚଳରେ।

Advertisment

ଗୁରୁତର ମହିଳାଙ୍କ ନାଁ ବିନୋଦିନୀ ରଥ। ତାଙ୍କୁ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିନୋଦିନୀ ରଥ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିଲେ। ତେବେ ଡେଲିଭରି ବୟ ବିଳମ୍ବରେ ଖାଦ୍ୟ ନେଇ ପହଞ୍ଚିବାରୁ ବିନୋଦିନୀ ତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ। ସେହି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା।

Advertisment

ସେହି ସମୟରେ ଡେଲିଭରି ବୟ ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ଏକ କଟୁରୀରେ ତାଙ୍କୁ ଆକ୍ରମଣ କରିଥିଲେ। ବିନୋଦିନୀଙ୍କ ମୁଣ୍ଡ, ହାତ ଓ ବେକରେ ଗଭୀର ଆଘାତ ଲାଗିଛି।

ପୁଲିସ ଅଭିଯୁକ୍ତ ଡେଲିଭରି ବୟକୁ ଅଟକ ରଖି ପଚରାଉଚରା କରୁଛି।