Advertisment

ଟ୍ୱିନ୍‌ ସିଟିରେ ଯୋଗାଣ ବିଭାଗର ଚଢ଼ାଉ; ‘ଆଳୁ ୪୦ ଟଙ୍କା ଟପିଲେ କାର୍ଯ୍ୟାନୁଷ୍ଠାନ’

ଯୋଗାଣ ବିଭାଗ ପକ୍ଷରୁ କଟକ ଛତ୍ରବଜାରରେ ଚଢ଼ାଉ କରାଯିବା ପରେ କମିଲା ଆଳୁ ଦର।

author-image
Tapaswini Nayak
ଅଦ୍ୟତନ ହୋଇଛି
Consumer Welfare Department officials raid

Consumer Welfare Department officials raid

ଚଢ଼ା ଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗରେ ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଯୋଗାଣ ବିଭାଗର ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ୪ନଂ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ କଟକ ଛତ୍ର ବଜାରରେ ଦୋକାନ ଓ ଗୋଦାମରେ ଚଢ଼ାଉ କରାଯାଇଛି।

Advertisment

ଭୁବନେଶ୍ୱରରେ ଆଳୁ ୪୦ ଟଙ୍କାରୁ ଅଧିକ ଦରରେ ବିକ୍ରି କରାଗଲା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି। ଭୁବନେଶ୍ୱର ୪ନଂ ମାର୍କେଟରେ  ଚଢ଼ାଉ ବେଳେ  ଯୋଗାଣ ଅଧିକାରୀ କହିଛନ୍ତି, ୪୦ ଟଙ୍କାରୁ ଅଧିକ ବିକିଲେ ଦୋକାନୀକୁ ପ୍ରଥମେ ନୋଟିସ ଦିଆଯିବ। ସେମାନେ ନୋଟିସରେ କ’ଣ ଜବାବ ରଖିବେ ତାକୁ ଆମେ ଦେଖିବୁ। ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।ବ୍ୟବସାୟୀଙ୍କୁ ରେଟ୍ ଚାର୍ଟ ଲଗାଇବାକୁ କୁହାଯାଇଛି। 

ସେହିପରି ଆଜି ସକାଳେ କଟକ ଛତ୍ର ବଜାରରେ ଆଳୁ କିଲୋପ୍ରତି ୫୦ ଟଙ୍କା ବିକ୍ରି ହେଉଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ କଟକ ଛତ୍ରବଜାରରେ ବିଭିନ୍ନ ଦୋକାନ ଓ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏବେ ଆଳୁ କିଲୋପ୍ରତି ଛତ୍ର ବଜାରରେ ୪୫ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ସୂଚନା ରହିଛି।

Advertisment

ଜଣେ ଗ୍ରାହକ କହିଛନ୍ତି, ଆଜି ସକାଳେ ଛତ୍ରବଜାରରେ ଆଳ କିଲୋପ୍ରତି ୫୦ ଟଙ୍କାରେ ବିକ୍ରି କରାଯାଉଥିଲା। କେହି ଦର କମାଇଲେ ନାହିଁ। ଏଥିପାଇଁ ମୁଁ ଆଳୁ ନ ନେଇ ଘରକୁ ପଳାଇଥିଲି। ଯୋଗାଣ ବିଭାଗ ଚଢ଼ାଉ କରିଥିବା ଖବର ପାଇଲି। ପରେ ଆସି ଦେଖିଲା ବେଳକୁ ଆଳୁ ଦର କମିଯାଇଛି। ୫୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ୪୫ ଟଙ୍କାରେ ବିକ୍ରି ହେଉଛି।

ଯୋଗାଣ ବିଭାଗ ଅଧିକାରୀ ରାଜଲକ୍ଷ୍ମୀ ପାତ୍ର କହିଛନ୍ତି, ଲୋକେ ଆଳୁ ଦର ବଢ଼ିଯିବା ଆଶଙ୍କାରେ ଭୟବୀତ ହୋଇ ଆଳୁ କିଣୁଛନ୍ତି। ଆଳୁ ବଜାରରେ ପ୍ରଚୁର ଅଛି। ଆଜି ସକାଳେ ୫ଟି ଟ୍ରକ୍ ଆଳୁ ଗାଡ଼ି ପହଞ୍ଚିଛି। ଉତ୍ତର ପ୍ରଦେଶରୁ ଆସିଥିବା ଆଳୁ କୁଇଣ୍ଟାଲ ପ୍ରତି ୩୫ରୁ ୩୬ ଶହ ରହିଛି। ସେହିପରି ପଶ୍ଚିମବଙ୍ଗରୁ ଆସିଥିବା ଆଳୁ କୁଇଣ୍ଟାଲ ପ୍ରତି ୩୭ରୁ ୩୮ ଶହ ରହିଛି। ୧୦୦୦ କୁଇଣ୍ଟାଲ ଆଳୁ ଷ୍ଟ୍ରକ୍ ରହିଛି। ଅଧିକ ଟଙ୍କାରେ ଆଳୁ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ, ଆଜି ସକାଳେ କଟକ ଉତ୍ତରପ୍ରଦେଶରୁରୁ ଗୋଟିଏ ଟ୍ରକ୍ ଆଳୁ ଆଜି ସକାଳେ କଟକ ଛତ୍ର ବଜାରରେ ପହଞ୍ଚିଥିବା ବେଳେ ୪ଟ୍ରକ୍ ଆଳୁ ପଶ୍ଚିମବଙ୍ଗରୁ ଆସି ପହଞ୍ଚିଥିବା ଜଣାଯାଇଛି। ସେହିପରି ଉତ୍ତରପ୍ରଦେଶରୁ ଭୁବନେଶ୍ୱର ଆଇଗିଣିଆ ମାର୍କେଟକୁ ୧୦ରୁ୧୨ ଟ୍ରକ ଆଳୁ ଟ୍ରକ୍‌ ପହଞ୍ଚିଛି।

Bhubaneswar Cuttack Potato Truck