Advertisment

ଏୟାରପୋର୍ଟରୁ ଧରାପଡ଼ିଲା ୧୦ କୋଟିର ବିଦେଶୀ ଟଙ୍କା

ବିଦେଶୀ ଟଙ୍କା ଗୁଡ଼ିକୁ ଅଭିଯୁକ୍ତମାନେ ଲଗେଜ ଭିତରେ ଥିବା ଜୋତା ମଧ୍ୟରେ ଲୁଚାଇ ରଖିଥିଲେ। ୩ ଅଭିଯୁକ୍ତ ଦିଲ୍ଲୀ ଏୟାରପୋର୍ଟରୁ ଇସ୍ତାନବୁଲ ଯିବାର ଥିଲା।

Money

Money

Advertisment

ବେଆଇନ ଭାବେ ବିପୁଳ ପରିମାଣର ବିଦେଶୀ ଟଙ୍କା ନେଇ ଯାଉଥିବା ୩ଜଣଙ୍କୁ ଏୟାରପୋର୍ଟରୁ ଧରିଛନ୍ତି କଷ୍ଟମମ୍ସ ଅଧିକାରୀ। ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରୁ ୧୦ କୋଟି ଟଙ୍କାର ବିଦେଶୀ ଟଙ୍କା ଜବତ କରାଯାଇଛି।

Advertisment

ପ୍ରଥମଥର ପାଇଁ ଶୁକ୍ରବାର ଏତେ ପରିମାଣ ବିଦେଶୀ ଟଙ୍କା କୌଣସି ଏୟାର ପୋର୍ଟରୁ ଜବତ କରାଯାଇଛି। ତାଜିକିସ୍ତାନର ୩ ଜଣ ଲୋକଙ୍କ ଠାରୁ ଏହାକୁ ଜବତ କରାଯାଇଥିବା କଷ୍ଟମ ବିଭାଗ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ, ବିଦେଶୀ ଟଙ୍କା ଗୁଡ଼ିକୁ ଅଭିଯୁକ୍ତମାନେ ଲଗେଜ ଭିତରେ ଥିବା ଜୋତା ମଧ୍ୟରେ ଲୁଚାଇ ରଖିଥିଲେ। ୩ ଅଭିଯୁକ୍ତ ଦିଲ୍ଲୀ ଏୟାରପୋର୍ଟରୁ ଇସ୍ତାନବୁଲ ଯିବାର ଥିଲା। ସେମାନେ ବିମାନରେ ବସିବା ପାଇଁ ଯାଉଥିବା ବେଳେ ହଠାତ୍‌ କେଷ୍ଟମ ବିଭାଗର ଅଧିକାରୀମାନେ ସେମାନଙ୍କୁ ଅଟକାଇଥିଲେ।

Advertisment

ଯାଞ୍ଚ ସମୟରେ ସେମାନଙ୍କ ଠାରୁ ୭,୨୦,୦୦୦ ଡଲାର ଓ ୪,୬୬,୨୦୦ ୟରୋ ଜବତ କରଯାଇଥିଲା। ଏତେ ପରିମାଣର ବିଦେଶୀ ଟଙ୍କାର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୦.୬ କୋଟି ଟଙ୍କା ହେବ। ଅଧିକାରୀମାନେ ବିଦେଶୀ ଟଙ୍କାଗୁଡ଼ିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

ଏତେ ପରିମାଣର ବିଦେଶୀ ଟଙ୍କା କେବେ ହେଲେ ଭାରତର କୌଣସି ଏୟାରପୋର୍ଟରୁ ଜବତ କରାଯାଇ ନଥିଲା। କିନ୍ତୁ ଦିଲ୍ଲୀ ଏୟାରପୋର୍ଟରୁ ଶୁକ୍ରାବାର ଏପରି ଘଟଣା ଘଟିଛି। ଅଟକ ଥିବା ୩ ବିଦେଶୀ ନାଗରିକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe