Advertisment

ଶ୍ରୀମନ୍ଦିରରେ ପଶୁଥିଲେ, ଅଟକାଇବାରୁ ଆକ୍ରମଣ କଲେ ବିଦେଶୀ ପର୍ଯ୍ୟଟକ

ଆଜି ସକାଳେ ସ୍ୱର୍ଗଦ୍ୱାର ବେଳାଭୂମିରେ ନିଶା ଖାଇ ଉତ୍ପାତ କରୁଥିଲେ ବିଦେଶୀ ପର୍ଯ୍ୟଟକ ଥୋମାସ୍‌ କ୍ରେଜ୍‌ ସେଲଡନ୍‌। ସ୍ଥାନୀୟ ଲୋକେ ଏନେଇ ସମୁଦ୍ର କୂଳ ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ତାଙ୍କୁ କାବୁ କରିଥିଲା।

ଅଦ୍ୟତନ ହୋଇଛି
Puri

Puri

Advertisment

ନିଶାସକ୍ତ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ କରୁଥିଲେ। ବିରୋଧ କରିବାରୁ ପୁଲିସ୍‌ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୁଇ ଜଣ ପୁଲିସ୍‌ କର୍ମଚାରୀ ଓ ଜଣେ ସେବାୟତ ଆହତ ହୋଇଛନ୍ତି। ପୁଲିସ୍‌ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ହେଲେ ନିଶାସକ୍ତ ବିଦେଶୀ ପର୍ଯ୍ୟଟକ ଜଣକ ଥାନାରେ ଉତ୍ପାତ କରିଥିବା ଅଭିଯୋଗ ହୋଇଛି।

Advertisment

ଆଜି ସକାଳେ ସ୍ୱର୍ଗଦ୍ୱାର ବେଳାଭୂମିରେ ନିଶା ଖାଇ ଉତ୍ପାତ କରୁଥିଲେ ବିଦେଶୀ ପର୍ଯ୍ୟଟକ ଥୋମାସ୍‌ କ୍ରେଜ୍‌ ସେଲଡନ୍‌। ସ୍ଥାନୀୟ ଲୋକେ ଏନେଇ ସମୁଦ୍ର କୂଳ ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ତାଙ୍କୁ କାବୁ କରିଥିଲା। ପରେ ତାଙ୍କୁ ଥାନାକୁ ନେଇ ପଚରାଉଚରା କରି ଅଣ୍ଡର ଟେକିଂ ଲେଖାଇଥିଲା। ତା’ପରେ ତାଙ୍କୁ ନେଇ ଆଶ୍ରମରେ ନେଇ ଛାଡ଼ି ଆସିଥିଲା ପୁଲିସ୍‌। ସେହି ମାମଲାରେ ସମୁଦ୍ର କୂଳ ଥାନା ପୁଲିସ୍‌ ତଦନ୍ତ କରୁଥିବା ବେଳେ ପୁଣି ଥରେ ଉତ୍ପାତ କରିଥିଲେ ଥୋମାସ୍‌।

ମଧ୍ୟାହ୍ନରେ ନିଶାସକ୍ତ ଅବସ୍ଥାରେ ଥିବା ଥୋମାସ୍‌ କ୍ରେଜ୍‌ ସେଲଡନ୍‌ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଶ୍ରୀମନ୍ଦିର ବେହରଣ ଦ୍ୱାରରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ କର୍ମଚାରୀମାନେ ତାଙ୍କୁ ଅଟକାଇ ଥିଲେ। ହେଲେ ସେ ପୁଲିସ୍‌ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଥୋମାସ୍‌ କ୍ରେଜ୍‌ ସେଲଡନ୍‌ଙ୍କ ଆକ୍ରମଣ ଜଣେ ପୁରୁଷ ପୁଲିସ୍‌, ଜଣେ ମହିଳା ପୁଲିସ୍‌ କର୍ମଚାରୀ ଓ ଜଣେ ସେବାୟତ ଆହତ ହୋଇଥିଲେ। ପରେ ଅନ୍ୟ ପୁଲିସ୍‌ କର୍ମଚାରୀମାନେ ତାଙ୍କୁ କାବୁ କରି ଟାଉନ୍‌ ଥାନାକୁ ନେଇଥିଲେ।

Advertisment

ଟାଉନ୍‌ ଥାନା ପୁଲିସ୍‌ ଥୋମାସ୍‌ କ୍ରେଜ୍‌ ସେଲଡନ୍‌ଙ୍କୁ ବସାଇ ରେକର୍ଡ ଯାଞ୍ଚ କରୁଥିଲେ। ଠିକ୍‌ ସେହି ସମୟ ଥୋମାସ ଥାନାର କାଚ ଝରକାକୁ ଭାଙ୍ଗି ପକାଇଥିଲେ। ପରେ ସେହି ଝରକାରେ ନିଜର ମୁଣ୍ଡ ଓ ହାତକୁ ବାଡେଇଥିଲେ। ଯେଉଁଥିପାଇଁ ସେ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍ ତାଙ୍କୁ ଉଦ୍ଧାର କରି ପୁରୀ ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ପୁଲିସ୍‌ ଏବେ ତାଙ୍କ ପୂରା ଇତିହାସ ଯାଞ୍ଚ କରୁଛି।

Puri Shreemandir Puri Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe