Advertisment

ମାରଣାସ୍ତ୍ର ଦେଖାଇ ଚନ୍ଦନ ଗଛ କାଟିନେଲେ; ଚୁପ୍‌ ବସିଛି ବନ ବିଭାଗ ଓ ପୁଲିସ୍‌

ହୀରାମଣି ଏନେଇ ଉଦଳା ବନ ବିଭାଗ ଅଧୀନରେ ଥିବା ଡେଙ୍ଗାମ ଫରେଷ୍ଟ ଅଫିସରେ ଅଭିଯୋଗ କରିଥିଲେ। ଏଥିସହ ଖୁଣ୍ଟା ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ।

ଅଦ୍ୟତନ ହୋଇଛି
Tree

Tree

Advertisment

ମାରଣାସ୍ତ୍ର ଦେଖାଇ ବାଡ଼ିରୁ ଚନ୍ଦନ ଗଛ କାଟିନେଲେ। ଏନେଇ ଅଭିଯୋଗ ପରେ ମଧ୍ୟ ଚୁପ୍‌ ବସିଛି ବନ ବିଭାଗ ଓ ପୁଲିସ୍‌। ଏପରି ଅଭିଯୋଗ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରୁ ଆସିଛି। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ଖୁଣ୍ଟା ଥାନା ବାରୁଡ଼ିହି ଗାଁରେ ବାସ କରନ୍ତି ହୀରାମଣି ମୁର୍ମୁ। ସେ ସେଠାରେ ଦୀର୍ଘ ୬୦ରୁ ଅଧିକ ବର୍ଷ ଧରି ବସବାସ କରିଛନ୍ତି। ତେଣୁ ସେ ନିଜ ବାଡ଼ିରେ ଚନ୍ଦନ, ଶାଗୁଆନ, ଶାଳ ପରି ମୂଲ୍ୟବାନ ଗଛ ଲଗାଇଥିଲେ। ଗଛ ଗୁଡ଼ିକ ବଢ଼ି ଯାଇଥିଲା। କିଛିଦିନ ତଳେ ତାଙ୍କର ଗାଁର କିଛି ଲୋକଙ୍କ ସହିତ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗାଁର ୫ ଜଣ ବ୍ୟକ୍ତି ମରଣାସ୍ତ୍ର ଓ ଠେଙ୍ଗାବାଡ଼ି ଦେଖାଇ ତାଙ୍କ ବାଡ଼ିରେ ଲାଗିଥିବା ଚନ୍ଦନ ଗଛ ଗୁଡ଼ିକୁ କାଟି ନେଇଯାଇଥିଲେ।

ହୀରାମଣି ଏନେଇ ଉଦଳା ବନ ବିଭାଗ ଅଧୀନରେ ଥିବା ଡେଙ୍ଗାମ ଫରେଷ୍ଟ ଅଫିସରେ ଅଭିଯୋଗ କରିଥିଲେ। ଏଥିସହ ଖୁଣ୍ଟା ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ହେଲେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ଖୁଣ୍ଟା ଥାନା ପୁଲିସ ଓ ବନ ବିଭାଗ। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ସେପଟେ ଚନ୍ଦନ ଗଛ କଟା ଘଟଣାକୁ ସ୍ୱୀକାର କରିଛନ୍ତି ଫରେଷ୍ଟର ବିଦ୍ୟାଧର ପୃଷ୍ଟି। ଅପରପକ୍ଷରେ ରେଞ୍ଜର କହିଛନ୍ତି, ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Crime Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe