Advertisment

ବାର୍‌ହା ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସେଥିରେ ପଡ଼ିଲା ଦନ୍ତାହାତୀ!

ଅଭିଯୋଗ ଅନୁସାରେ ଶିକାରୀମାନେ ବାର୍‌ହା ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇଥିଲେ। ସେହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା ଗୋଟିଏ ଦନ୍ତାହାତୀ। ଶିକାରୀମାନେ ହାତର ଦାନ୍ତ କାଢ଼ି ନେଇଥିଲେ। ଆଉ ମୃତଦେହକୁ ଜଙ୍ଗଲରେ ଛାଡ଼ି ଯାଇଥିଲେ।

author-image
Manoranjan Sial
Forest

Forest

ବାର୍‌ହା ଶିକାର ପାଇଁ ଶିକାରୀ ବିଛାଇଥିଲେ ବିଦ୍ୟୁତ ତାର। ଦୁର୍ଭାଗ୍ୟକୁ ସେହି ବିଦ୍ୟୁତ୍‌ ତାରରେ ଶିକାର ହୋଇଗଲା ଦନ୍ତାହାତୀ। ପରବର୍ତ୍ତୀ ସମୟରେ ଶିକାରୀମାନେ ହାତୀର ଦାନ୍ତ କାଢ଼ି ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ ଧରା ପଡ଼ି ଯାଇଥିଲେ। ନୟାଗଡ଼ରୁ ଆସିଛି ଏପରି ଘଟଣା। ବନ ବିଭାଗ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି।

Advertisment

ବୁଧବାର ନୟାଗଡ଼ ବନ ବିଭାଗ ଗଣିଆ ଥାନା ଅଞ୍ଚଳରୁ ଦୁଇଟି ହାତୀ ଦାନ୍ତ ଜବତ କରିଥିଲା। ସେହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଥିଲା। ଜେରା ବେଳେ ସେମାନେ ହାତୀ ଦାନ୍ତ ଶିକାର କରିଥିବା କହିଥିଲେ। ସେମାନଙ୍କ ବୟାନ୍‌ ଆଧାରରେ ଆଜି ବନ ବିଭାଗ ଦଶପଲ୍ଲା ରେଞ୍ଜ ବାଇଶି ପଲ୍ଲୀ ଜଙ୍ଗଲରେ ଚଢ଼ଉ କରି ହାତୀର ମୃତଦେହ ଜବତ କରିଥିଲା।

ଅଭିଯୋଗ ଅନୁସାରେ ଶିକାରୀମାନେ ବାର୍‌ହା ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇଥିଲେ। ସେହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା ଗୋଟିଏ ଦନ୍ତାହାତୀ। ଶିକାରୀମାନେ ହାତର ଦାନ୍ତ କାଢ଼ି ନେଇଥିଲେ। ଆଉ ମୃତଦେହକୁ ଜଙ୍ଗଲରେ ଛାଡ଼ି ଯାଇଥିଲେ। ବନ ବିଭାଗ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ତଦନ୍ତରେ ବ୍ୟାଘାତ ହେବ ବୋଲି ଆଶଙ୍କା କରି ବନ ବିଭାଗ ଅଭିଯୁକ୍ତଙ୍କ ନାଁ ଘୋଷଣା କରୁନି।

Advertisment

ରିପୋର୍ଟ-ଦଶପଲ୍ଲାରୁ ସଞ୍ଜିବ ସାହୁ

Nayagarh Elephant Death Odisha Forest Dept