/odisha-reporter/media/post_attachments/uploadimage/library/16_9/16_9_0/Forest_1721470719.jpg)
Forest
ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଭିତରେ ବଡ଼ବଡ଼ ଗଛ କାଟି ସେଥରୁ ପଟା ବାହାର କରୁଥିଲେ। ଏ ସମ୍ପର୍କରେ ଖବର ପାଇଁ ବନ ବିଭାଗ ଚଢଉ କରି ପାଞ୍ଚ ଗିରଫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ବଡ଼ବଡ଼ କାଠ କାଠ ଗଣ୍ଡି, ପଟା ଓ ମାରଣାସ୍ତ୍ର ଜବତ କରିଛି।
ଶିମିଳିପାଳ ଅଭୟାରଣ୍ୟର ଗୁଡୁଗୁଡିଆ ରେଞ୍ଜର ଏକତାଳି ବିଟ ହାଉସ୍ ପାଖ କେତେକ ଦୁର୍ବୃତ୍ତ ବଡ଼ ବଡ଼ ଗଛକୁ କାଟି ପଟା ବାହାର କରୁଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇଥିଲା ଶିମିଳିପାଳର ସ୍ପେସାଲ୍ ଟିମ୍। ପରେ ଉକ୍ତ ଅଞ୍ଚଳରେ ଚଢ଼ଉ କରି ବଡ଼ବଡ଼ କାଠ ଗଣ୍ଡି ଜବତ କରିଥିଲା। ଏଥିସହ ଦୁର୍ବୃତ୍ତମାନଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ରାଜମା ଟୁଡୁ, ଗୋପିନାଥ ପାତ୍ର, ସୁକାନ୍ତ ସାହୁ, ମଙ୍ଗଲ ମାରାଣ୍ଡି ଓ ନେନି ସୋରେନ।
ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଗୁଡୁଡୁଡିଆ ରେଞ୍ଜର ଏକତାଳି ଗାଁର ବୋଲି ଜଣାପଡ଼ିଛି। ବନ ବିଭାଗ ସେମାନଙ୍କଠାରୁ ଗୋଟିଏ ବଡ଼ କରତ ଓ ୫ଟି କୁରାଢି ଜବତ କରିଛି। ଅଭୟାରଣ୍ୟ ଭିତରେ ଗଛ କାଟିବା ଏକ ଧର୍ତ୍ତବ୍ୟ ଅପରାଧ। ତେଣୁ ବନ୍ୟଜନ୍ତୁ ସୁରକ୍ଷା ଆଇନ୍ ୧୯୭୨ ଅନୁସାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ଶିମିଳିପାଳ ଉପ ନିର୍ଦ୍ଦେଶକ ସାଇ କିରୋନ କହିଛନ୍ତି।
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
