Advertisment

ଶିକାରୀଙ୍କୁ ଧରାଇଦେଲା ଜଙ୍ଗଲରେ ଲାଗିଥିବା କ୍ୟାମେରା

ଶିକାରୀମାନେ ଦେଶୀ ବନ୍ଧୁକ ଧରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବାରିପଦା ସଦର ଡିଭିଜନ କୋର ଅଞ୍ଚଳରେ ପଶିଥିଲେ। ସେମାନେ ହେଲେ ପିଠାବଟା ରେଞ୍ଜର ବେସରପାଣି ଅଞ୍ଚଳ କରୁଣାକର ମଲ୍ଲିକ, କାର୍ତ୍ତିକ ମାଲିକ, ଭଲା ଭକ୍ତା, ଗୁନୁ ଭକ୍ତା ଓ ରବି ଭକ୍ତା।

Forest

Forest

Advertisment

ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ବନ୍ୟ ଜନ୍ତୁଙ୍କ ନିର୍ଭୟ ବାସସ୍ଥାନ। ଶିକାରୀଙ୍କ ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ଶିକାରୀମାନେ ଅଭୟାରଣ୍ୟରେ ବନ୍ଧୁକ ଧରି ବୁଲୁଛନ୍ତି। ଯାହା ବନ ବିଭାଗ କ୍ୟାମେରାରେ ଟ୍ରାପ୍‌ ହୋଇଯାଇଛି। ବନ ବିଭାଗ ସେହି ଫଟୋକୁ ଧରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।

Advertisment

ଶିକାରୀମାନେ ଦେଶୀ ବନ୍ଧୁକ ଧରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବାରିପଦା ସଦର ଡିଭିଜନ କୋର ଅଞ୍ଚଳରେ ପଶିଥିଲେ। ସେମାନେ ହେଲେ ପିଠାବଟା ରେଞ୍ଜର ବେସରପାଣି ଅଞ୍ଚଳ କରୁଣାକର ମଲ୍ଲିକ, କାର୍ତ୍ତିକ ମାଲିକ, ଭଲା ଭକ୍ତା, ଗୁନୁ ଭକ୍ତା ଓ ରବି ଭକ୍ତା। ବନ ବିଭାଗ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରିକି ସେମାନଙ୍କଠାରୁ ଚାରି ଦେଶୀ ବନ୍ଧୁକ, ବାରୁଦ, ଧନୁ, ତୀର ସହ ଶିକାର ଉଦ୍ଦେଶ୍ୟରେ ବ୍ୟବହୃତ ବିଭିନ୍ନ ସରଞ୍ଜାମ ଜବତ କରିଛି ବନ ବିଭାଗ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଉପ ନିର୍ଦ୍ଦେଶକ କହିଛନ୍ତି, ଗିରଫ ବ୍ୟକ୍ତିମାନଙ୍କ ନାଁରେ ଜଙ୍ଗଲ ସୁରକ୍ଷା ଆଇନ ୧୯୭୨ ଓ ୧୯୫୯ ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଗକୁ ଏହି ଅଭିଜାନ ଜାରି ରହିବ ବୋଲି ସେ କହିଛନ୍ତି।

Advertisment

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Similipal National Park Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe