/odisha-reporter/media/post_attachments/uploadimage/library/16_9/16_9_0/Tiger_Skin_1701869137.jpg)
Tiger Skin
କଲରାପତରିଆ ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ। ୬ ଗିରଫ ଶିକାରୀଙ୍କୁ ଗିରଫ କରିବା ସହିତ ବାଘ ଶିକାରରେ ବ୍ୟବହୃତ ବହୁ ମାରଣାସ୍ତ୍ର ଜବତ କରିଛି। କଳାହାଣ୍ଡି ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ।
କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିଠାରେ କରଲାପତରିଆ ବାଘଛାଲ ଡିଲ୍ ଚାଲିଥିଲା। ଏ ସମ୍ପର୍କରେ ଜାଣିପାରି ଛତିଶଗଡ ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ଓ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲା। ସେହି ସମୟରେ ୫ ଜଣ ଯୁବକଙ୍କୁ ଅଟକ ରଖିଥିଲା ବନ ବିଭାଗ। ସେମାନଙ୍କୁ ତଥ୍ୟ ଆଧାରରେ ବନ ବିଭାଗ, ଜୟପାଟଣା ଫରେଷ୍ଟ ରେଞ୍ଜର ଚଞ୍ଚରାଗୁଡା ଗାଁରେ ଚଢ଼ଉ କରି ବାଘ ଶିକାରୀ ଋଷି ମାଝୀକୁ ଉଠାଇ ଆଣିଥିଲା। ତା’ଘରୁ ଶିକାରରେ ବ୍ୟବହାର ହେଇଥିବା ଏକ ଦେଶୀ ବନ୍ଧୁକ, ଲୁହା ପଞ୍ଜା, ଭାଲୁ ହାଡ ସମେତ ଅଜଗର ସାପର ଛାଲ ଓ ବହୁ ମାରଣାସ୍ତ୍ର ଜବତ କରିଥିଲା।
ବାଘ ଶିକାରୀ ଋଷି ମାଝୀକୁ ଧରି ବନ ବିଭାଗ ଶିକାର ସ୍ଥଳକୁ ଯାଇ ସବୁ ପ୍ରମାଣ ସଂଗ୍ରହ କରିଥିଲା। ଆଜି ବନ ବିଭାଗ ଋଷିଙ୍କ ସମେତ ନବରଙ୍ଗପୁର ଜିଲ୍ଲାର ଗଣେଶ ଗଉଡ, ଲକ୍ଷ୍ମଣ ଗଉଡ, ନବ ନାୟକ ଓ କଳାହାଣ୍ଡି ଜିଲ୍ଲାର ନବ ମାଝୀ, ଧୋବା ମାଝୀଙ୍କୁ ଗିରଫ କୋର୍ଟ ଚାଲାଣ କରିଛି।
ରିପୋର୍ଟ- ଇଙ୍ଗିତ ପଣ୍ଡା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
