Advertisment

ଗ୍ରାହକ ସାଜି ୭ ହାତୀ ଦାନ୍ତ ତଷ୍କରଙ୍କୁ ମାଡ଼ି ବସିଲା ବନ ବିଭାଗ

ବାରିପଦା ବନଖଣ୍ଡ ଅଧିନ କପ୍ତିପଦା ରେଞ୍ଜରେ ହାତୀ ଦାନ୍ତ କାରବାର ହେଉଥିଲା। ଏ ସମ୍ପର୍କରେ ବନ ବିଭାଗ ପାଖରେ ଖବର ଥିଲା। ଯୋଜନା ମୁତାବକ ବନ ବିଭାଗର ଜଣେ ବ୍ୟକ୍ତି ଗ୍ରାହକ ହୋଇ ହାତୀ ଦାନ୍ତ ମାଫିଆଙ୍କ ସହିତ ଯୋଗାଯୋଗ କରିଥିଲେ।

Baripada

Baripada

Advertisment

ଗ୍ରାହକ ସାଜି ୭ ହାତୀ ଦାନ୍ତ ତଷ୍କରଙ୍କୁ ମାଡ଼ି ବସିଲା ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ବିଦ୍ୟାଧରପୁର ଗାଁରୁ ସମସ୍ତ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ଏଥିସହ ହାତୀ ଦାନ୍ତ ମଧ୍ୟ ଜବତ କରିଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

Advertisment

ବାରିପଦା ବନଖଣ୍ଡ ଅଧିନ କପ୍ତିପଦା ରେଞ୍ଜରେ ହାତୀ ଦାନ୍ତ କାରବାର ହେଉଥିଲା। ଏ ସମ୍ପର୍କରେ ବନ ବିଭାଗ ପାଖରେ ଖବର ଥିଲା। ଯୋଜନା ମୁତାବକ ବନ ବିଭାଗର ଜଣେ ବ୍ୟକ୍ତି ଗ୍ରାହକ ହୋଇ ହାତୀ ଦାନ୍ତ ମାଫିଆଙ୍କ ସହିତ ଯୋଗାଯୋଗ କରିଥିଲେ। ମାଫିଆମାନେ ସେଥିରେ ରାଜି ହୋଇଥିଲେ। ତା’ପରେ ଡିଲ୍‌ ପାଇଁ ବିଦ୍ୟାଧରପୁର ଗାଁକୁ ଡାକିଥିଲେ। ସେଠାରେ ଡିଲ୍‌ ଚାଲିଥିବା ବେଳେ ପୂର୍ବରୁ ସାଦା ପୋଷାକରେ ସଜାଗ ଥିବା ଶିମିଳିପାଳ ସ୍ପେଶାଲ୍‌ ଟିମ୍‌, ଏସ୍‌ଟିଏଫ୍‌, ଜେଟିଏଫ୍‌ ଟିମ୍‌ ମିଳିତ ଭାବେ ଚଢ଼ଉ କରି ଦାନ୍ତ ମାଫିଆଙ୍କୁ ମାଡ଼ି ବସିଥିଲା।

ହାତୀ ଦାନ୍ତ ଚାଲାଣ ଅଭିଯୋଗରେ ବନ ବିଭାଗ ନାଉରୀ ସାଏ, ସାଇମଲ ସିଂ, ଅଜୟ ବାରିକ, ନିତ୍ୟାନନ୍ଦ ଗାଗରାଇ, ସୁନୀଲ ହୋ, ନିରଞ୍ଜନ ବେହେରା ଓ ବୀରଭଦ୍ର ସିଂଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ ଖଣ୍ଡ ହାତୀ ଦାନ୍ତ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଗିରଫ ଅଭିଯୁକ୍ତମାନେ କେବେଠାରୁ ଏହି କାର୍ଯ୍ୟରେ ଲିପ୍ତ ଥିଲେ, ତାହା ଜଣାପଡ଼ି ନାହିଁ। ବନ ବିଭାଗ ତାହା ଉପରେ ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ବାରିପଦାରୁ ମାନିକଲାଲ୍‌ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe