Advertisment

ଶିକାର କରି ଫେରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ

ଗିରଫ ହୋଇଥିବା ଶିକାରୀଙ୍କଠାରୁ ୯ଟି ବନ୍ଧୁକ ଓ ସମ୍ୱର ମାଂସ ଜବତ କରିଛି। ଫେରାର ହୋଇଯାଇଥିବା ଶିକାରୀଙ୍କୁ ଧରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଉଛି। ଖୁବ୍‌ ଶୀଘ୍ର ଶିକାରୀମାନଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ କହିଛି।

Baripada

Baripada

Advertisment

ଶିମିଳିପାଳ ଅଭୟରଣ୍ୟର ଡୁକୁରା ରେଞ୍ଜରୁ ୯ ଜଣ ଶିକାରୀଙ୍କୁ ଗିରଫ କରିଛିନ୍ତି ଶିମିଳିପାଳପାଳ ବନ ବିଭାଗ। ଶିକାରୀଙ୍କଠାରୁ ୩୦ କେଜି ସମ୍ବର ମାଂସ ଓ ୯ଟି ବନ୍ଧୁକ ବନ ବିଭାଗ ଜବତ କରିଛି। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁବନ ବିଭାଗ ଉଦ୍ୟମ ଚଳାଇଛି।

Advertisment

ଶୁକ୍ରବାର ବିଳମ୍ୱିତ ରାତିରେ ୪୦ରୁ ଅଧିକ ଶିକାରୀ ଶିକାର ଉଦ୍ଦେଶ୍ୟରେ ଶିମିଳିପାଳ ଭିତରକୁ ଯାଇଥିଲେ। ଆଉ ଗୋଟିଏ ସମ୍ୱର ଶିକାର କରିଥିଲେ। ଶିକାର ପରେ ସମ୍ୱରକୁ ଧରି ଶିକାରୀମାନେ ଘରକୁ ଫେରୁଥିଲେ। ବିଶେଷସୂତ୍ରରୁ ଖବର ପାଇ ଶିମିଳିପାଳ ଟାଇଗର ରିଜର୍ଭ ଅଧିକାରୀଙ୍କ ନେତୃତ୍ୱର ଏକ ଟିମ୍‌ ଯେନାବିଲ ରେଞ୍ଜରେ ଚଢ଼ଉ କରିଥିଲା। ସେହି ସମୟରେ ୯ ଜଣ ଶିକାରୀଙ୍କୁ ମାଡ଼ି ବସିଥିଲା ବନ ବିଭାଗ। ତେବେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି।

ଗିରଫ ହୋଇଥିବା ଶିକାରୀଙ୍କଠାରୁ ୯ଟି ବନ୍ଧୁକ ଓ ସମ୍ୱର ମାଂସ ଜବତ କରିଛି। ଫେରାର ହୋଇଯାଇଥିବା ଶିକାରୀଙ୍କୁ ଧରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଉଛି। ଖୁବ୍‌ ଶୀଘ୍ର ଶିକାରୀମାନଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ କହିଛି।

Advertisment
Baripada Similipal National Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe