Advertisment

ଡିଲ୍‌ ବେଳେ ୪ ଶିକାରୀଙ୍କୁ ମାଡ଼ି ବସିଲା ବନ ବିଭାଗ

ଚଢ଼ଉ ବେଳେଘଟଣା ସ୍ଥଳରୁ ୩ କିଲୋ ୬ଶହ ଗ୍ରାମ ବଜ୍ରକପ୍ତା କାତି ଓ ୪ଟି ମୋବାଇଲ୍‌ ଜବତ କରିଥିଲା। ଏଥିସହ ଗୌରାଙ୍ଗ ମାଙ୍କିଡିଆ, ମାଣିକ ଦେଓଗାମ, ମାଟୁ ହୋ ଓ ସାଲାଇ ସିଦୁକୁ ଗିରଫ କରିଥିଲା ବନ ବିଭାଗ।

Baripada

Baripada

Advertisment

ଡିଲ୍‌ ବେଳେ ୪ ଶିକାରୀଙ୍କୁ ମାଡ଼ି ବସିଲା ବନ ବିଭାଗ। ଗିରଫ ଅଭିଯୁକ୍ତଙ୍କଠାରୁ ବନ ବିଭାଗ ବଜ୍ରକପ୍ତା କାତି ଓ ମୋବାଇଲ୍‌ ଜବତ କରିଛି। ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏହି ଖବର।

Advertisment

କରଞ୍ଜିଆ ବନାଞ୍ଚଳରେ ଦୀର୍ଘ ଦିନ ହେଲା ବେଆଇନ୍‌ ଭାବେ ନିରୀହ ବନ୍ୟ ଜୀବଜନ୍ତୁଙ୍କୁ ଶିକାର କରାଯାଉଥିଲା। ଏଥିସହ ବନ୍ୟ ଜୀବଜନ୍ତୁଙ୍କ ଛାଲ, ଦାନ୍ତ, ଚମଡା ଓ ଅନ୍ୟାନ୍ୟ ବହୁମୂଲ୍ୟ ଦ୍ରବ୍ୟକୁ ଚାଲାଣ କରାଯାଉଥିଲା। ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରମାଣ ଅଭାବରୁ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ କେନ୍ଦୁମୁଣ୍ଡି ଅଞ୍ଚଳରେ ଡିଲ୍‌ ଚାଲିଥିବା ବେଳେ ବନ ବିଭାଗ ଅଚାନକ ଚଢ଼ଉ କରିଥିଲା।

ଚଢ଼ଉ ବେଳେଘଟଣା ସ୍ଥଳରୁ ୩ କିଲୋ ୬ଶହ ଗ୍ରାମ ବଜ୍ରକପ୍ତା କାତି ଓ ୪ଟି ମୋବାଇଲ୍‌ ଜବତ କରିଥିଲା। ଏଥିସହ ଗୌରାଙ୍ଗ ମାଙ୍କିଡିଆ, ମାଣିକ ଦେଓଗାମ, ମାଟୁ ହୋ ଓ ସାଲାଇ ସିଦୁକୁ ଗିରଫ କରିଥିଲା ବନ ବିଭାଗ। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗଗନେଇ। ତେବେ କେତେଦିନ ଧରି ଏମାନେ ଶିକାର କରୁଥିଲେ ଓ କେଉଁ ଅଞ୍ଚଳକୁ ଚାଲାଣ କରୁଥିଲେ, ତାହା ଉପରେ ସ୍ପଷ୍ଟ ଭାବେ କିଛି ଜଣାପଡ଼ି ନାହିଁ। ତାହା ଉପରେ ବନ ବିଭାଗ ତଦନ୍ତ ଚଳାଇଛି।

Advertisment

ରିପୋର୍ଟ-ବାରିପଦାରୁ ମାନିକ୍‌ ଲାଲ ପାଣି

Baripada Similipal National Park Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe