Advertisment

ହାତୀ ଦାନ୍ତ ଧରି ଯାଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ

ବନ ବିଭାଗ ସେମାନଙ୍କଠାରୁ ୩ ବାଇକ, ଚାରୋଟି ମୋବାଇଲ ଓ ଦୁଇଟି ହାତୀ ଦାନ୍ତ ଜବତ କରିଛି। ଜବତ ବାମ ହାତୀ ଦାନ୍ତର ଓଜନ ୧ କିଲୋ ୯ ଶହ ଗ୍ରାମ ଥିବା ବେଳେ ଲମ୍ବ ୬୮ ସେଣ୍ଟିମିଟର ରହିଛି।

Baripada

Baripada

Advertisment

ଏସିଆ ମହାଦେଶର ସର୍ବବୃହତ ଜୈବମଣ୍ଡଳ ଶିମିଳିପାଳରେ ଥମୁନାହିଁ ଶିକାରୀଙ୍କ ପ୍ରାଦୁର୍ଭାବ। ଆଜି ପୁଣି ହାତୀ ଦାନ୍ତ ଧରି ଯାଉଥିବା ବେଳେ ୪ ଜଣ ଶିକାରୀଙ୍କୁ ମାଡ଼ି ବସିଛି ବନ ବିଭାଗ। ସେମାନଙ୍କଠାରୁ ୨ଟି ହାତୀ ଦାନ୍ତ ଜବତ କରିଛି।

Advertisment

ଆଜି କପ୍ତିପଦା ଥାନା ଅଞ୍ଚଳର ନିତ୍ୟାନନ୍ଦ ସିଂ, ଚାମୁରୁ ସିଂ, ଲଛୁ ସିଂ ଓ ମହୁଲଡିହା ଥାନା ଅଞ୍ଚଳର ରାଜୁ ବାଙ୍କିରା ହାତୀ ଦାନ୍ତ ଧରି ବାଇକ୍‌ରେ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଠାକୁରମୁଣ୍ଡା ବନାଞ୍ଚଳ ଚମ୍ପାଝରନ ନିକଟରେ ଛପି ରହିଥିଲେ। ଶିକାରୀମାନେ ବାଇକ୍‌ରେ ଯାଉଥିବା ବେଳେ ସେମାନଙ୍କୁ ମାଡ଼ି ବସିଥିଲା ବନ ବିଭାଗ।

ବନ ବିଭାଗ ସେମାନଙ୍କଠାରୁ ୩ ବାଇକ, ଚାରୋଟି ମୋବାଇଲ ଓ ଦୁଇଟି ହାତୀ ଦାନ୍ତ ଜବତ କରିଛି। ଜବତ ବାମ ହାତୀ ଦାନ୍ତର ଓଜନ ୧ କିଲୋ ୯ ଶହ ଗ୍ରାମ ଥିବା ବେଳେ ଲମ୍ବ ୬୮ ସେଣ୍ଟିମିଟର ରହିଛି। ସେହିପରି ହାତୀର ଡାହାଣ ଦାନ୍ତର ଓଜନ ୧ କିଲୋ ୯ ଶହ ୫୦ ଗ୍ରାମ ହୋଇଥିବା ବେଳେ ଲମ୍ୱ ୭୨ ସେଣ୍ଟି ମିଟର ରହିଛି। ଗିରଫ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ। ତେବେ ସେମାନେ କେତେ ଦିନ ହେଲା ଏହି କାରବାର କରୁଥିଲେ, ତାହା ଜଣାପଡ଼ି ନାହିଁ। ବନ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଏହି ରାକେଟରେ ଆଉ କାହାର ହାତ ରହିଛି, ତାହା ଉପରେ ତଦନ୍ତ ଚାଲିଥିବା ବନ ବିଭାଗ କହିଛି।

Advertisment

ରିପୋର୍ଟ- ବାରିପଦାରୁ ମାନିକ ଲାଲ ପାଣି

Baripada Similipal National Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe