Advertisment

ବାଘ ଛାଲ ବିକ୍ରି ପାଇଁ ନେଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ

୪ ଜଣ ତସ୍କର କଲରାପତରିଆ ବାଘ ଚାଲ ବିକ୍ରି ପାଇଁ ଯାଉଥିଲେ। ଏ ସମ୍ପର୍କରେ ଜାଣିପାରି ବାରିପଦା ବନଖଣ୍ଡ ଓ ଶିମିଳିପାଳର ସ୍ଵତନ୍ତ୍ର ଟିମ୍‌ ମିଳିତ ଭାବେ ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ ଚଢ଼ଉ କରିଥିଲା।

author-image
Manoranjan Sial
Forest

Forest

କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ନେଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏପରି ଖବର। ବନ ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

Advertisment

୪ ଜଣ ତସ୍କର କଲରାପତରିଆ ବାଘ ଚାଲ ବିକ୍ରି ପାଇଁ ଯାଉଥିଲେ। ଏ ସମ୍ପର୍କରେ ଜାଣିପାରି ବାରିପଦା ବନଖଣ୍ଡ ଓ ଶିମିଳିପାଳର ସ୍ଵତନ୍ତ୍ର ଟିମ୍‌ ମିଳିତ ଭାବେ ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ ଚଢ଼ଉ କରିଥିଲା। ଚଢ଼ଉ ସମ୍ପର୍କରେ ଜାଣିପାରି ୩ ଜଣ ତସ୍କର ଚମ୍ପଟ ମାରିଥିବା ବେଳେ ଜଣକୁ ମାଡ଼ି ବସିଥିଲା ବନ ବିଭାଗ। ବନ ବିଭାଗ ତା’ ପାଖରେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଛି। ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ବନ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

ଜବତ ହୋଇଥିବା କଲରାପତରିଆ ବାଘକୁ କେଉଁଠି ଶିକାର କରାଯାଇଥିଲା? ଶିକାର କରିଥିବା ବ୍ୟକ୍ତି କିଏ? ବିକ୍ରି କରୁଥିବା ବ୍ୟକ୍ତି ଶିକାର କରିଛି କି ନାହିଁ? ଏହି ରାକେଟରେ ଆଉ କେଉଁମାନେ ସମ୍ପୃକ୍ତ ରହିଛନ୍ତି? ଏମିତି ବିଭିନ୍ନ ଦିଗରୁ ବନ ବିଭାଗ ତଦନ୍ତ କରୁଛି। ସେପଟେ ସୁରକ୍ଷା ଦୃଷ୍ଟିରୁ ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାଁ ପ୍ରକାଶ କରୁନାହିଁ ବନ ବିଭାଗ। ଶିକାରୀ ବା ତସ୍କରଙ୍କୁ ଧରିବା ପାଇଁ ଆଗକୁ ନିୟମିତ ଭାବେ ଏମିତି ଅପରେଶନ ହେବ ବୋଲି ବନ ବିଭାଗ କହିଛି।

Advertisment

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada Leopard Skin