ଓଡ଼ିଶାରୁ ଯାଇ ପଶ୍ଚିମବଙ୍ଗରେ ବାଘ ଚମଡ଼ା ବିକ୍ରି କରିବାକୁ କରୁଥିଲେ ଡିଲ୍ । କିନ୍ତୁ ଡିଲ୍ ଫାଇନାଲ୍ ହେବା ପୂର୍ବରୁ ମାଡ଼ି ବସିଲା ବନ ବିଭାଗ । ବାଘ ଚମଡ଼ା ବିକ୍ରି ଅଭିଯୋଗରେ ଏଡି ୩ ଅଭିଯୁକ୍ତ ବନ୍ଧା ହୋଇଥିବା ବେଳେ ସେମାନେ କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନି। ଗିରଫ ୩ ଜଣ ହେଲେ ବିଶେଶ୍ୱର ବାଗ, ଉପେନ୍ଦ୍ର ବାଗ ଏବଂ ରାଜେନ୍ ନାଗ୍ ।
ଏହି ୩ ଅଭିଯୁକ୍ତ ଓଡ଼ିଶାରୁ ବାଘ ଚମଡ଼ା ନେଇ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରେ ସେମାନେ ଉକ୍ତ ଚମଡ଼ାକୁ ୧୦ ଲକ୍ଷରେ ବିକ୍ରି କରିବାକୁ ଉଦ୍ୟମ ଚଳାଇଥିଲେ।
ମାତ୍ର ଏନେଇ ବନ ବିଭାଗ ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଉକ୍ତ ୩ ଅଭିଯୁକ୍ତଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ୍ ହୋଇଥିଲା। ଏହାପରେ ଯୋଜନା ମୁତାବକ ଚଢ଼ାଉ କରାଯାଇ ସମସ୍ତ ୩ ଅଭିଯୁକ୍ତଙ୍କୁ ବନ ବିଭାଗ ବାନ୍ଧିଥିବା ବେଳେ ସେମାନଙ୍କ ନିକଟରୁ ବାଘ ଚମଡ଼ା ଜବତ କରିଛି।
Also Read
ତେବେ ଏହି ଅଭିଯୁକ୍ତମାନେ ବାଘ ଚମଡ଼ା କେଉଁଠୁ ଆଣିଲେ, ତାକୁ ଓଡ଼ିଶା ବାହାରକୁ ନେବାକୁ କିପରି ସମର୍ଥ ହେଲେ ତାହାର ତଦନ୍ତ ଚଳାଇଛି ପୁଲିସ୍ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଓଡ଼ିଶାରେ ଅନଲାଇନ୍ ଗେମ: ୩ ବର୍ଷରେ ୮ରୁ ଅଧିକ ଆତ୍ମହତ୍ୟା!
୨୦୨୩ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ ୩୫.୭ ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର ୩୩ ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ ୧୯୫୫ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Crime
୧୫ ମିନିଟ ଛଟପଟ ହେବା ପରେ ଆଖି ବୁଜିଥିଲେ ପୂର୍ବତନ ଡିଜିପି!
ଓମ ପ୍ରକାଶ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରୋଷେଇ ଘରେ ବ୍ୟବହାର ହେଉଥିବା ଛୁରୀକୁ ପଲ୍ଲବୀ ପ୍ରଥମେ ତାଙ୍କ ବେକରେ ଭୁଷି ଦେଇଥିଲେ।

Crime
ରାକ୍ଷସକୁ ମାରି ଦେଲି: କାହିଁକି ପୂର୍ବତନ ଡିଜିପିଙ୍କୁ ହତ୍ୟା କଲେ ପତ୍ନୀ ପଲ୍ଲବୀ?
ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ହତ୍ୟା ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

Crime
ଅନଲାଇନ ଗେମ୍: କିଏ କୋଟିପତି, କିଏ କାଙ୍ଗାଳ!
2023ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ 35.7 ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର 33 ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ 1955ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Crime
ଚର୍ଚ୍ଚାରେ ରାଜଧାନୀର ‘ଲେଡି ଡନ୍’
ପୁଲିସ୍ ହତ୍ୟା ଘଟଣାରେ ଜିକ୍ରା ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ଅଭିଯୁକ୍ତଙ୍କ ସହ ମିଶି ପୂରା ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ଓ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।