Advertisment

ବାଘ ଚମଡ଼ା ବିକିବାକୁ କରୁଥିଲେ ଡିଲ୍‌; ପଶ୍ଚିମବଙ୍ଗରେ ଧରାପଡ଼ିଲେ ୩ ଓଡ଼ିଆ ଯୁବକ

ଓଡ଼ିଶାରୁ ଯାଇ ପଶ୍ଚିମବଙ୍ଗରେ ବାଘ ଚମଡ଼ା ବିକ୍ରି କରିବାକୁ କରୁଥିଲେ ଡିଲ୍‌ । କିନ୍ତୁ ଡିଲ୍‌ ଫାଇନାଲ୍‌ ହେବା ପୂର୍ବରୁ ମାଡ଼ି ବସିଲା ବନ ବିଭାଗ ।

Tiger Skin

Tiger Skin

Advertisment

ଓଡ଼ିଶାରୁ ଯାଇ ପଶ୍ଚିମବଙ୍ଗରେ ବାଘ ଚମଡ଼ା ବିକ୍ରି କରିବାକୁ କରୁଥିଲେ ଡିଲ୍‌ । କିନ୍ତୁ ଡିଲ୍‌ ଫାଇନାଲ୍‌ ହେବା ପୂର୍ବରୁ ମାଡ଼ି ବସିଲା ବନ ବିଭାଗ । ବାଘ ଚମଡ଼ା ବିକ୍ରି ଅଭିଯୋଗରେ ଏଡି ୩ ଅଭିଯୁକ୍ତ ବନ୍ଧା ହୋଇଥିବା ବେଳେ ସେମାନେ କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନି। ଗିରଫ ୩ ଜଣ ହେଲେ ବିଶେଶ୍ୱର ବାଗ, ଉପେନ୍ଦ୍ର ବାଗ ଏବଂ ରାଜେନ୍ ନାଗ୍ ।

Advertisment

ଏହି ୩ ଅଭିଯୁକ୍ତ ଓଡ଼ିଶାରୁ ବାଘ ଚମଡ଼ା ନେଇ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରେ ସେମାନେ ଉକ୍ତ ଚମଡ଼ାକୁ ୧୦ ଲକ୍ଷରେ ବିକ୍ରି କରିବାକୁ ଉଦ୍ୟମ ଚଳାଇଥିଲେ।

ମାତ୍ର ଏନେଇ ବନ ବିଭାଗ ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଉକ୍ତ ୩ ଅଭିଯୁକ୍ତଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ୍‌ ହୋଇଥିଲା। ଏହାପରେ ଯୋଜନା ମୁତାବକ ଚଢ଼ାଉ କରାଯାଇ ସମସ୍ତ ୩ ଅଭିଯୁକ୍ତଙ୍କୁ ବନ ବିଭାଗ ବାନ୍ଧିଥିବା ବେଳେ ସେମାନଙ୍କ ନିକଟରୁ ବାଘ ଚମଡ଼ା ଜବତ କରିଛି।

Advertisment

ତେବେ ଏହି ଅଭିଯୁକ୍ତମାନେ ବାଘ ଚମଡ଼ା କେଉଁଠୁ ଆଣିଲେ, ତାକୁ ଓଡ଼ିଶା ବାହାରକୁ ନେବାକୁ କିପରି ସମର୍ଥ ହେଲେ ତାହାର ତଦନ୍ତ ଚଳାଇଛି ପୁଲିସ୍‌ ।

Tiger Skin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe