Advertisment

Murder: ସହକର୍ମୀଙ୍କ ସହ ଚାଲିଥିଲା ଚୋରା ପୀରତି, ପତ୍ନୀ ଓ ଦୁଇ ପିଲାଙ୍କୁ ମାରି ପୋତି ଦେଲେ ଜଙ୍ଗଲୀ ବାବୁ

ଚୋରା ପୀରତି ପାଇଁ ସେ ନିଜର ଦୁଇ ପିଲା ଓ ପତ୍ନୀଙ୍କୁ ନର୍ମମ ଭାବେ କରିଛନ୍ତି ହତ୍ୟା। ହତ୍ୟା ପରେ ଘର ପାଖ ଖାତାରେ ୩ ମୃତଦେହକୁ ଅତ୍ୟନ୍ତ ବେପରୁଆ ଢଙ୍ଗରେ ପୋତି ଦେବାକୁ ମଧ୍ୟ ପଛାଇ ନଥିଲେ ଜଙ୍ଗଲୀ ବାବୁ। ଭାବିଥିଲେ ସେ ଟ୍ରପିଲ ମର୍ଡର କରି ଖସି ଯିବେ।

Forest

ଜଙ୍ଗଲୀ ବାବୁ ଓ ପରିବାର

Advertisment

ଜଙ୍ଗଳ ବିଭାଗରେ ବରିଷ୍ଠ ଅଧିକାରୀ ଭାବେ କାମ କରୁଥିଲେ। ଏଥିପାଇଁ ସେ ଜଙ୍ଗଲୀ ବାବୁ ଭାବେ ବେଶ ପରିଚିତ ଥିଲେ। ଘରେ ପତ୍ନୀ ଓ ଦୁଇ ପିଲା ଥିଲେ ହେଁ ସହକର୍ମୀଙ୍କ ସହ ଚାଲିଥିଲା ଜଙ୍ଗଲୀ ବାବୁଙ୍କ ଚୋରା ପୀରତି। ମାସେ କି ବର୍ଷେ ନୁହେଁ, ଦୀର୍ଘ ୪ ବର୍ଷ ହେଲା ଜଣେ ମହିଳା ସହକର୍ମୀଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲେ ଜଙ୍ଗଲୀ ବାବୁ ଜଣଙ୍କ।

Advertisment

ଶେଷରେ ଚୋରା ପୀରତି ପାଇଁ ସେ ନିଜର ଦୁଇ ପିଲା ଓ ପତ୍ନୀଙ୍କୁ ନର୍ମମ ଭାବେ କରିଛନ୍ତି ହତ୍ୟା। ହତ୍ୟା(Crime) ପରେ ଘର ପାଖ ଖାତାରେ ୩ ମୃତଦେହକୁ ଅତ୍ୟନ୍ତ ବେପରୁଆ ଢଙ୍ଗରେ ପୋତି ଦେବାକୁ ମଧ୍ୟ ପଛାଇ ନଥିଲେ ଜଙ୍ଗଲୀ ବାବୁ। ଭାବିଥିଲେ ସେ ଟ୍ରପିଲ ମର୍ଡର କରି ଖସି ଯିବେ। କିନ୍ତୁ ପୁଲିସ୍‌ ଗୁଜରାଟର ଏହି ଜଙ୍ଗଲୀ ବାବୁଙ୍କୁ ଗିରଫ କରିଛି।

ତଦନ୍ତରୁ ଜଣାପଡ଼ିଛି ଯେ ଜଙ୍ଗଲୀ ବାବୁ ଦୀର୍ଘ ୪ ବର୍ଷ ହେଲା ସହକର୍ମୀଙ୍କ ସହ ପରକୀୟା ପ୍ରୀତିରେ ମାତିଥିଲେ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଶୈଳେଶ ଖାମ୍ଭାଲା। ସେ ଏସିଏଫ ଭାବେ କାମ କରିବା ସହ ୨୦୨୨ରେ ଜଣେ ମହିଳା ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ।

Advertisment

ଶୈଳେଶ ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇ ଜଣ ପିଲା ମଧ୍ୟ ରହିଥିଲେ। ତଥାପି ସେ ମହିଳା ସହକର୍ମୀଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲେ ଓ ପରେ ଏହି ବନ୍ଧୁତା ପ୍ରେମର ରୂପ ନେଇଥିଲା। ଦୁଇ ଜଣ ପ୍ରାୟ ୪ ବର୍ଷ ହେବ ଚୋରା ପୀରତି ଚାଲୁ ରଖିଥିଲେ। 

ନିକଟରେ ଶୈଳେଶଙ୍କ ବଦଳି ଭାବନଗରକୁ ହୋଇଥିଲେ। କିନ୍ତୁ ୪୦ ବର୍ଷୀୟ ପତ୍ନୀ ନୟନା, ୧୩ ବର୍ଷୀୟ ଝିଅ ପ୍ରୀଥା ଓ ୯ ବର୍ଷର ପୁଅ ଭବ୍ୟ ସୁରଟ(Gujarat)ରେ ରହୁଥିଲେ। ନିକଟରେ ସେମାନେ ଭାବନଗରରେ ରହୁଥିବା ଶୈଳେଶଙ୍କ ପାଖକୁ ବୁଲିବାକୁ ଯାଇଥିଲେ। କିନ୍ତୁ ସେଠାକୁ ଯିବା ପରେ ସେମାନଙ୍କ ନିଖୋଜ ଖବର ସାମ୍ନାକୁ ଆସିଥିଲା। ବନ୍ଧୁ ପରିଜନ ଏହାକୁ ନେଇ ବ୍ୟସ୍ତ ହେବାରୁ ପୁଲିସ୍‌ ବଡ଼ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। 

ନଭେମ୍ବର ୫ରେ ଶୈଳେଶ ପୁଲିସର ଦ୍ୱାରସ୍ଥ ହେବା ସହ ତାଙ୍କୁ ସିକ୍ୟୁରିଟୀ ଗାର୍ଡ ନୟନା ଓ ଦୁଇ ପିଲାଙ୍କୁ ଅଟୋରେ ଘରୁ ବାହାରକୁ ଯାଉଥିବା ଦେଖିଥିଲେ ବୋଲି ଜଣାଇଥିଲେ। ପୁଲିସ ଏହାର ସତ୍ୟାସତ୍ୟ ଜାଣିବାକୁ ଗାର୍ଡଙ୍କୁ ଜେରା କରିଥିଲା। ହେଲେ ସେ ଅଟୋରେ ଯାଉଥିବା ବେଳେ କାହାକୁ ଦେଖି ନଥିବା କହିଥିଲେ।

ଏସବୁ ଭିତରେ ଶୈଳେଶଙ୍କ ବ୍ୟବହାର ସନ୍ଦେହ ଘେରକୁ ଆସିଥିଲା। ସେହିପରି ପତ୍ନୀ ଓ ଦୁଇ ପିଲା ନିଖୋଜ ରହିଥିଲେ ହେଁ ଶୈଳେଶ ଚିନ୍ତାରେ ଥିବା ଭଳି ଆଦୌ ଜଣାପଡ଼ୁ ନଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। 

ପୁଲିସ୍‌ ଶୈଳେଶଙ୍କ ବିଷୟରେ ଯାଞ୍ଚ କରିବାରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା। ଶୈଳେଶଙ୍କ କଲ ରେକର୍ଡରୁ ଜଣାପଡ଼ିଥିଲା ଯେ ସେ ତାଙ୍କ ଜୁନିୟର ଅଫିସର ଗିରିଶ ଭାନିଆଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିଲେ। ଗିରିଶଙ୍କୁ ସେ ଘର ପଛ ପଟେ ଅଳିଆ ପୋତିବାକୁ ଦୁଇଟି ବଡ଼ ଖାତ ଖୋଲିବାକୁ ଫୋନରେ କହିଥିଲେ।

ତାଙ୍କ ନିର୍ଦ୍ଦେଶକ୍ରମେ ନଭେମ୍ବର ୨ରେ ଗିରିଶ ଘର ପଛ ପଟେ ଦୁଇଟି ଖାତ ମଧ୍ୟ ଖୋଳି ଦେଇଥିଲେ। ଏହାର ୪ ଦିନ ପରେ ଅଭିଯୁକ୍ତ ଶୈଳେଶ ପୁଣି ଗିରିଶଙ୍କୁ ଫୋନ କରି ଗୋଟିଏ ଡମ୍ପର ଟ୍ରକ ମଗାଇଥିଲେ। ଖୋଳା ଯାଇଥିବା ଖାତରେ ଗୋଟିଏ ନୀଳଗାଈ ପଡ଼ି ଯାଇଛି। ତେଣୁ ଏହାକୁ ବନ୍ଦ କରିବା ପାଇଁ ଡମ୍ପର ଟ୍ରକରେ ମାଟି ପଠାଇବାକୁ କହିଥିଲେ। 

ଏପରି ସୂଚନା ପାଇବା ପରେ ପୁଲିସ୍‌ ନଭେମ୍ବର ୧୬ରେ ଘର ପଛ ପଟେ ଖୋଳା ଯାଇ ପୋତା ହୋଇ ସାରିଥିବା ଦୁଇ ଖାତକୁ ଖୋଳିଥିଲା। ସେଠାରୁ ଶୈଳେଶଙ୍କ ପତ୍ନୀ ନୟନା ଓ ଦୁଇ ପିଲାଙ୍କ ମୃତଦେହ ମିଳିଥିଲା। ଏହାପରେ ପୁଲିସ୍‌ ଜଙ୍ଗଲୀ ବାବୁଙ୍କୁ ଗିରଫ କରିଥିଲା। ଗିରଫ ପରେ ପୁଲିସ୍‌ ତାଙ୍କୁ ଘନଘନ ଜେରା କରିବାରୁ ସେ ସବୁ ସତ ମାନି ଯାଇଥିଲେ। 

ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିବା ସେ ପୁଲିସ୍ ଆଗରେ ସ୍ୱୀକାର କରିଛନ୍ତି। ହତ୍ୟାକାଣ୍ଡ ପରେ ସେ ପତ୍ନୀଙ୍କ ଫୋନରୁ ନିଜ ମୋବାଇଲକୁ ଗୋଟିଏ ମେସେଜ କରିଥିଲେ। ଏଥିରେ ପତ୍ନୀ ଆଉ କାହା ସହ ରହିବାକୁ ଘର ଛାଡ଼ି ଚାଲି ଯାଉଥିବା କଥେ ଉଲ୍ଲେଖ ରହିଥିଲା। ଏହାପରେ ସେ ପତ୍ନୀଙ୍କ ମୋବାଇଲକୁ ଅଫ କରି ଦେଇଥିଲେ। 

ପୁଲିସ୍‌ କହିଛି ଯେ ଶୈଳେଶ ପରକୀୟା ପ୍ରୀତିରେ ମାତି ଥିବାରୁ ଭାବନଗରକୁ ନିଜ ପତ୍ନୀ ଓ ପିଲାଙ୍କୁ ଆଣିବାକୁ ଚାହୁଁ ନଥିଲେ। ସେମାନେ ସୁରଟରେ ରୁହନ୍ତୁ ବୋଲି ଶୈଳେଶ ଚାହୁଁଥିଲେ। କିନ୍ତୁ ପତ୍ନୀ ନୟନା ଭାବନଗରରେ ସ୍ୱାମୀ ପାଖରେ ରହିବାକୁ ଜିଦ କରୁଥିଲେ।

ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପ୍ରାୟତଃ ପାଟିତୁଣ୍ଡ ହୋଇଥିଲା। ନଭେମ୍ବର ମାସରେ ପତ୍ନୀ ଓ ଦୁଇ ପିଲା ଭାବନଗର ଆସିଥିବାରୁ ଶୈଳେଶ ବେଶ ଯୋଜନାବଦ୍ଧ ଭାବେ ସେମାନଙ୍କୁ ତକିରେ ଅଣନିଃଶ୍ୱାସ କରି ହତ୍ୟା କରିଥିଲେ। ଏହାପରେ ଘର ପାଖ ଖାତାରେ ମୃତଦେହକୁ ପୋତି ଦେଇଥିଲେ। ଏହି ଘଟଣା ପଛରେ ଶୈଳେଶଙ୍କ ପ୍ରେମିକାଙ୍କ ହାତ ରହିଛି କି ନାହିଁ, ତା’ର ତଦନ୍ତ ପୁଲିସ୍‌ କରୁଛି। 

Crime Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe