Advertisment

ହାତୀ ଘଉଡ଼ାଇବାକୁ ଯାଇଥିଲେ ବନ କର୍ମଚାରୀ, ନିର୍ଧୂମ ଛେଚିଲେ ଲୋକେ

ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀ ହେଲେ ଆକ୍ରୋଶର ଶିକାର। ହାତୀ ଭୟରେ କଲବଲ ହେଉଥିବା ଲୋକେ ବନ କର୍ମଚାରୀଙ୍କୁ କଲେ ଟାର୍ଗେଟ।

author-image
Niharika Rout
Injured forest staff

Injured forest staff

ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀ ହେଲେ ଆକ୍ରୋଶର ଶିକାର। ହାତୀ ଭୟରେ କଲବଲ ହେଉଥିବା ଲୋକେ ବନ କର୍ମଚାରୀଙ୍କୁ କଲେ ଟାର୍ଗେଟ। ସମୁଦାୟ ୬ ବନ କର୍ମଚାରୀଙ୍କ ମଧ୍ୟରୁ ଗ୍ରାମବାସୀ ୩ ଜଣଙ୍କୁ ନିର୍ଘାତ ପିଟିଥିବା ବେଳେ ଆଉ ୩ ଜଣ ଖସି ପଳାଇ ଯାଇଛନ୍ତି।

Advertisment

ଗତକାଲି ଅନୁଗୋଳ ରେଞ୍ଜ ଫୁଲପଡା ଅଞ୍ଚଳରେ ହାତୀ‍ପଲ ବୁଲୁ‍ଥିବା ଖବର ପାଇଥିଲା ବନ ବିଭାଗ।  ହାତୀ ପଲ ବୁଲୁଥିବା ବେଳେ ଲୋକଙ୍କ ଘରଦ୍ୱାର ଓ ଫସଲ ଉଜାଡ଼ୁଥିଲେ। ମାତ୍ର ବନ ବିଭାଗ ଏ ଦିଗରେ ତତ୍ପରତା ପ୍ରକାଶ କରୁ ନ ଥିବାରୁ ତାତି ଯାଇଥିଲେ ଲୋକେ। 

  ଗତ ରାତିରେ ବନ ବିଭାଗ ଗାଡିରେ ୬ ଜଣ ହାତୀ ସ୍କାର୍ଡ଼ ହାତୀକୁ ଘଉଡାଇବା ପାଇଁ ଫୁଲପଡା ଅଞ୍ଚଳରେ ପହଞ୍ଚିଥିଲେ।  ହାତୀ ଉତ୍ପାତରେ ଅତିଷ୍ଠ ଲୋକେ ହଠାତ ବନକର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

Advertisment

ଲୋକଙ୍କ ମାଡ଼ ଭୟରେ ୩ ବନ କର୍ମଚାରୀ ଛତ୍ର ଭଙ୍ଗ ଦେଇଥିବା ବେଳେ ଆଉ ୩ ଜଣ ଖାଇଥିଲେ ନିର୍ଧୂମ ଛେଚା। ସେଥିମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ସୁକାନ୍ତ କୁମାର ସାହୁ।

ଖବର ପାଇ ଅନୁଗୋଳ ରେଞ୍ଜର ହରମୋହନ ନାୟକ ଏବଂ ତାଙ୍କ ଟିମ୍ ପହଞ୍ଚି ସୁକାନ୍ତ ଏବଂ ଅନ୍ୟ ଦୁଇ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Angul