Advertisment

ଦନ୍ତାହାତୀର ଗଳିତ ମୃତଦେହ ଠାବ ଘଟଣା; ଫରେଷ୍ଟର,ଫରେଷ୍ଟ ଗାର୍ଡ ନିଲମ୍ବିତ, ଜଣେ ଗିରଫ

ପ୍ରାୟ ୮ ଦିନ ତଳେ ଅନୁଗୋଳ ଜିଲ୍ଲା ବନଖଣ୍ଡ ଜରପଡା ବନାଞ୍ଚଳ ପରା ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତଦନ୍ତ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Elephant

Elephant

Advertisment

ଦନ୍ତାହାତୀର ଗଳିତ ମୃତଦେହ ଠାବ ଘଟଣାରେ ନିଲମ୍ବିତ ହେଲେ ଦୁଇ ବନବିଭାଗ କର୍ମଚାରୀ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ ବି କରାଯାଇଛି ।

Advertisment

ପ୍ରାୟ ୮ ଦିନ ତଳେ ଅନୁଗୋଳ ଜିଲ୍ଲା ବନଖଣ୍ଡ ଜରପଡା ବନାଞ୍ଚଳ ପରା ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତଦନ୍ତ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ହାତୀ ଦାନ୍ତ ଚୋରି ଅଭିଯୋଗରେ ରୋଡ଼ସିଙ୍ଗା ଗାଁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା DFO ସୂଚନା ଦେଇଛନ୍ତି। ଚୋରି ହାତୀ ଦାନ୍ତକୁ ବି ଉଦ୍ଧାର କରାଯାଇଛି।

ଜୁନ ୨୮ ତାରିଖରେ ଜରପଡ଼ା ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରେ ଥିବା ମାଙ୍କଡ଼କନ୍ଦା ନାଳରେ ଏକ ଦନ୍ତା ହାତୀର ଗଳିତ ମୃତଦେହ ମିଳିଥିଲା। ହାତୀ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ପଚି ନଷ୍ଟ ହୋଇଯାଇଥିଲା। ଫଳରେ ହାତୀର ମୃତ୍ୟୁ ମାସେରୁ ଅଧିକ ସମୟ ପୂର୍ବରୁ ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡ଼ିଥିଲା।

Advertisment

ଏହି ଘଟଣାକୁ ନେଇ ଅନୁଗୁଳ ଆରସିସିଏଫ୍ ସୁଧାଂଶୁ ଶେଖର ଖରା, ଡିଏଫ୍ଓ ନୀତୀଶ କୁମାରଙ୍କ ସହ ଓୟୁଏଟିର ଏକ ଟିମ୍ ଯାଇ ହାତୀମୃତ୍ୟୁର ତଦନ୍ତ କରିଥିଲେ। ମୃତ ହାତୀର ବୟସ୨୦ରୁ ୨୫ ବର୍ଷ ହୋଇଥିବାବେଳେ ତାହା ଏକ ଦନ୍ତାହାତୀ ଥିଲା ବୋଲି ଡିଏଫ୍ଓ ସ୍ପଷ୍ଟ କରିଥିଲେ । ଏହି ଘଟଣାର ତଦନ୍ତ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Angul Suspend;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe