Advertisment

୮ ବର୍ଷ ହେବ ଫେରାର ଥିଲେ; ଦିଲ୍ଲୀରୁ ବନ୍ଧା ହେଲେ ପୂର୍ବତନ ବିଡିଓ

କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ନିଜ ଚାକିରି କାଳରେ ବହୁ ଦୁର୍ନୀତି ମାମଲାରେ ଫସିଥିଲେ। ସେ ବହୁ ଉନ୍ନୟନମୂଳକ କାମରେ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Arrest

Arrest

୭ଟି ଦୁର୍ନୀତି ମାମଲାରେ ଫସି ୮ ବର୍ଷ ହେଲା ଫେରାର ଥିଲେ। ଓଡ଼ିଶାରୁ ପଳାଇ ଯାଇ ଦିଲ୍ଲୀରେ ରହୁଥିଲେ। ଶେଷରେ ଦିଲ୍ଲୀରୁ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ। ଗିରଫ ବ୍ୟକ୍ତିଜଣକ ହେଉଛନ୍ତି କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ । ରମେଶ ଚନ୍ଦ୍ରଙ୍କୁ  ଦିଲ୍ଲୀରୁ ଗିରଫ କରି ଓଡ଼ିଶା ଆଣୁଛି ଭିଜିଲାନ୍ସ ଟିମ୍‌।

Advertisment

କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ନିଜ ଚାକିରି କାଳରେ ବହୁ ଦୁର୍ନୀତି ମାମଲାରେ ଫସିଥିଲେ। ସେ ବହୁ ଉନ୍ନୟନମୂଳକ କାମରେ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ୭ଟି ପ୍ରକଳ୍ପରେ ସେ ୩୪ ଲକ୍ଷ ଟଙ୍କା ହଡ଼ପ କରିଥିବା ମାମଲା ରହିଛି। ଅଙ୍ଗନବାଡି କେନ୍ଦ୍ର, ରାସ୍ତା ନିର୍ମାଣ, ଡାଇଭରସନ ରାସ୍ତା ସହ NREGS କାମରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି।  

 ଗିରଫଦାରୀକୁ ଏଡ଼ାଇବାକୁ ସେ ଦିଲ୍ଲୀ ଫେରାର ହୋଇ ଯାଇଥିଲେ। ସେବେଠୁ ତାଙ୍କୁ ଭିଜିଲାନ୍ସ ଖୋଜୁଥିବା ବେଳେ ତାଙ୍କ ପତ୍ତା ପାଇ ପାରୁ ନ ଥିଲା।ଦିଲ୍ଲୀରେ ରହିବା ସମୟରେ ସେ ବାରମ୍ବାର ରହିବା ସ୍ଥାନ ବଦଳାଉଥିଲେ । ପ୍ରଥମେ ଭଡ଼ାରେ ଘର ନେଇ ଦିଲ୍ଲୀ ଏବଂ ଆଖପାଖ ଅଂଚଳରେ ରହିଥିଲେ । ପରେ ଲୁଚିବା ସହ ଗିରଫକୁ ଏଡାଇବାକୁ ଆସାମ ଚାଲିଯାଇଥିଲେ। ନିକଟରେ ସେ ଆସାମରୁ ଦିଲ୍ଲୀକୁ ଫେରିଥିଲେ । ଦୀର୍ଘ ୮ ବର୍ଷ ହେବ ଫେରାର ଥିବା ବେଳେ ଶେଷରେ ଦିଲ୍ଲୀରୁ ତାଙ୍କୁ ଗିରଫ କରାଯାଇଛି ।

Advertisment

କିଛି ଦିନ ପୂର୍ବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଓଡ଼ିଶାର ଭିଜିଲାନ୍ସ ଟିମ୍‌ ଦିଲ୍ଲୀ ଯାଇଥିଲା। ସେଠାରେ ସେମାନେ ରମେଶଙ୍କୁ ବାନ୍ଧିଥିବା ବେଳେ ସେଠାକାର କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଓଡ଼ିଶା ଅଣାଯାଉଛି।

ଓଡ଼ିଶାରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ନେଇ ପଚରାଉଚରା କରିପାରେ ଭିଜିଲାନ୍ସ। ଏପରିକି ସେ ଦୁର୍ନୀତି ଉପାୟରେ ଅର୍ଜନ କରିଥିବା ଧନ କେଉଁଠି ଲୁଚାଇ ରଖିଛନ୍ତି ସେ ନେଇ ଖୋଳତାଡ଼ ହେବ ବୋଲି ସୂଚନା ମିଳିଛି। 

Vigilance Raid Arrest;